Wed. Dec 25th, 2024

ସୀମାଞ୍ଚଳ ଏକ୍ସପ୍ରେସ୍‌ ଦୁର୍ଘଟନା; ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି: କ୍ଷତିପୂଣ ଘୋଷଣା କଲେ ରେଳବାଇ ମନ୍ତ୍ରୀ

By amfnews Feb 3, 2019 #Featured
239 Views

ନୂଆଦିଲ୍ଲୀ: ରବିବାର ପ୍ରତ୍ୟୁଷରେ ବିହାରର ବୈଶାଳୀ ଜିଲ୍ଲାରେ ଦିଲ୍ଲୀଗାମୀ ସୀମାଞ୍ଚଳ ଏକ୍ସ୍‍ପ୍ରେସ୍‌ର ନଅଟି ଡବା ଧାରଣାରୁ ବାହାରି ଦୁର୍ଘଟନାଗ୍ରସ୍ତ ହେବାରୁ ୭ ଜଣ ଲୋକଙ୍କର ମୃତୁ ଘଟିଛି ଏବଂ ଅନ୍ୟ ୨୪ ଜଣ ଆହତ ହୋଇଥିବା ଜଣାପଡ଼ିଛି।ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରେଳବାଇ ହସ୍‌ପିଟାଲ୍‌ ଓ ଅନ୍ୟାନ୍ୟ ଡାକ୍ତରଖାନାକୁ ନିଆ ଯାଇଛି।

ଏହି ଅଘଟଣରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଦୁର୍ଘଟନାରେ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ସାଂଘାତିକ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ ବୋଲି ରେଳବାଇ ମନ୍ତ୍ରୀ ଘୋଷଣା କରିଛନ୍ତି। ମାମୁଲି ଆହତ ହୋଇଥିବା ଯାତ୍ରୀମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ମିଳିବ।

ଦୁର୍ଘଟନାସ୍ଥଳରେ ସମସ୍ତ ଯାତ୍ରୀଙ୍କ ଲାଗି ରେଳବାଇ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରିଛି।

କ୍ଷତିଗ୍ରସ୍ତ ନ ହୋଇ ଥିବା ବାକି ୧୨ଟି ଡବାକୁ ହାଜିପୁର ନିଆଯାଉଛି। ସେଠାରେ ଅତିରିକ୍ତ ଡବା ସଂଯୋଗ କରାଯିବା ପରେ ରେଳଗାଡ଼ି ଆନନ୍ଦ ବିହାର ଟର୍ମିନାଲ୍‌କୁ ଯିବ।

ଷ୍ଟେସନ୍‌ ୟାଡ୍‌ ବରାଉନି ମୁଣ୍ଡରେ CMS X- ING ଧାରଣା ଫାଟି ଯାଇଥିବାରୁ ଦୁର୍ଘଟନା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ସମ୍ପୃକ୍ତ ରେଳପଥରେ ଯାତାୟତ କରିବାକୁ ଥିବା ସମସ୍ତ ରେଳ ଯାତ୍ରା ବାତିଲ କରାଯାଇଛି।

ରେଳବାଇ ତରଫରୁ ହେଲ୍‌ପ୍‌ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି- ସୋନପୁର 06158221645, ହାଜିପୁର 06224272230 ବରାଉନି 06279232222।

By amfnews

Related Post