ମୁମ୍ୱାଇ, ଅଗଷ୍ଟ ୨୨ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ତଦନ୍ତ ତୀବ୍ର ହୋଇଛି । ସିବିଆଇ ଅଧିକାରୀମାନେ ସୁଶାନ୍ତଙ୍କ ମୃତଦେହକୁ ପୋଷ୍ଟମର୍ଟମ କରିଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ଦଳକୁ ପଚରାଉଚରା କରିବେ। ପୋଷ୍ଟମର୍ଟମକୁ ଠିକ୍ ଭାବେ କରାଯାଇ ନାହିଁ କିମ୍ବା ପୋଷ୍ଟମର୍ଟମ ରିପୋର୍ଟରେ କିଛି ଗଡବଡ କରାଯାଇଥିବା ନେଇ ସିବିଆଇ ସନ୍ଦେହ କରୁଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସିବିଆଇ ପୋଷ୍ଟମର୍ଟମ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାକୁ ମୁମ୍ବାଇ ପୋଲିସକୁ ମଧ୍ୟ ପଚରା ଉଚୁରା କରିପାରେ । ସିବିଆଇ ମୁମ୍ବାଇ ପୋଲିସକୁ ପଚାରିବ କାହିଁକି ସେମାନେ ଅନ୍ୟ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହ ଯୋଗାଯୋଗ କଲେ ନାହିଁ । କିଛି ବିଶେଷଜ୍ଞଙ୍କ ସିବିଆଇକୁ କହିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁ ସମୟ ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସୂଚନା ଉଲ୍ଲେଖ କରାଯାଇ ନାହିଁ । ଯାହା ଏହି ରିପୋର୍ଟକୁ ଅଧିକ ସନ୍ଦେହ ଘେରରେ ରଖୁଛି ।
ସିବିଆଇ ପୋଷ୍ଟମର୍ଟମ ରିପୋର୍ଟକୁ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ଏମସର ବରିଷ୍ଠ ବିଶେଷଜ୍ଞ ମାନଙ୍କ ନିକଟକୁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ପଠାଇବ ବୋଲି ଜଣାପଡିଛି ।