Fri. Jan 17th, 2025

ସିବିଆଇ ବିବାଦ: ଆଜି ହେବ ଆସ୍ଥାନାଙ୍କ ଯାଚିକାର ଶୁଣାଣି

By amfnews Jan 11, 2019 #Featured
218 Views

ନୂଆଦିଲ୍ଲୀ, ଜାନୁଆରୀ ୧୧ : ଦିଲ୍ଲୀ ହାଇକୋର୍ଟ ଆଜି ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଏବଂ ଅନ୍ୟମାନଙ୍କ ବିରୋଧରେ ଲାଂଚ କାରବାର ନେଇ ରୁଜୁ ହୋଇଥିବା ମାମଲାକୁ ରବ୍ଦ କରିବା ପାଇଁ ଦାଖଲ ଯାଚିକାର ଶୁଣାଣି କରିବେ ।

ଜଷ୍ଟିସ ନଜମୀ ବାଜିରୀ ଗତ ୨୦ତାରିଖରେ ନିଜ ନିଷ୍ପତିକୁ ସୁରକ୍ଷିତ ରଖିଥିଲେ । ଶୁଣାଣି ଦିନ ପୂର୍ବ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଆସ୍ଥାନାଙ୍କ ବିରୋଧରେ ଏଫଆଇଆର ରୁଜୁ ସମୟରେ ସମସ୍ତ ଆଇନ କାନୁନ ପାଳନ କରାଯାଇଥିବା କହିଥିଲେ ।

ସୂଚନାଯୋଗ୍ୟ କି, ହାଇଦ୍ରାବାଦର ସତୀଶ ବାବୁ ସନା ନାମକ ଜଣେ ବ୍ୟବସାୟୀ ଏକ ମାମଲାରୁ ମୁକ୍ତି ପାଇବା ପାଇଁ ଅସ୍ଥାନାଙ୍କୁ ଲାଂଚ ଦେଇଥିବା କହିଥିଲେ । ଏହା ସହ ତାଙ୍କ ବିରୋଧରେ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ପକ୍ଷପାତିତା କରିବା ନେଇ ଗମ୍ଭୀର ଅଭିଯୋଗ ଲଗାଇଥିଲେ । ଏପରିକି ଆସ୍ଥାନାଙ୍କ ବ୍ୟତୀତ ଡିଏସପି ଦେବେନ୍ଦର କୁମାରଙ୍କ ବିରୋଧରେ ମଧ୍ୟ ଏକ ଏଫଆଇଆର ରୁଜୁ ହୋଇଥିଲା ।

By amfnews

Related Post