Wed. Dec 25th, 2024

ସିବିଆଇ ପଞ୍ଝାରେ ମନ୍ତ୍ରୀ ସୂର୍ଯ୍ୟଙ୍କ ପୁଅ ବିପ୍ଳବ, ଚର୍ଚ୍ଚାର ଗଞ୍ଜାମର ଆଉ ଜଣେ ବିଧାୟକ, ସିବିଆଇରୁ ଡକରା

By Naresh Kumar Jul 13, 2018 #Featured
233 Views

ଭୁବନେଶ୍ୱର, ୧୩ ଜୁଲାଇ – ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ତନାଘନା ପରେ ଏବେ ବିଜେଡିରେ କମ୍ପନ  । ଜଣଙ୍କ ପରେ ଜଣେ ନେତା ଏବେ ସିବିଆଇ ଜାଲରେ । ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର କୁହାଯାଉଥିବା କ୍ୟାବିନେଟ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ସିବିଆଇ ପଚରାଉଚୁରା କରିଥିବା ଜଣାପଡିଛି  । କେବଳ ଏତିକି ନୁହେଁ ତାଙ୍କ ଅଫିସରେ ମଧ୍ୟ ଝାମ୍ପ ମାରିଛି ସିବିଆଇ  ।
ଏଥିସହ ଗଞ୍ଜାମ ଜିଲାର ଜଣେ ଟାଣୁଆ ପୂର୍ବତନ ମନ୍ତ୍ରୀ ତଥା ଆସୀନ ବିଧାୟକ ଏବେ ଆସିଛନ୍ତି ଚର୍ଚ୍ଚାକୁ  । ତୃତୀୟ ମହଲାର ଅତି ନିକଟତର କୁହାଯାଉଥିବା ଏହି ବିଧାୟକଙ୍କୁ ସିବିଆଇ ସମନ କରିଥିବା ଏବେ ଗଞ୍ଜାମ ଜିଲାରେ ଚର୍ଚ୍ଚାରେ ବିଷୟ ଆସିଛି  ।

ଚିଟଫଣ୍ଡ ଦୁର୍ନୀତିରେ ଏବେ ବିଜେଡିର ଜଣକ ପରେ ଜଣେ ନେତା ଯେପରି ଭାବେ ଫସିବାରେ ଲାଗିଛନ୍ତି ଏହାକୁ ନେଇ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି  । କେବଳ ନେତା ନୁହଁନ୍ତି ନବୀନ ନିବାସର କର୍ମଚାରୀ ମଧ୍ୟ ସିବିଆଇରେ ହାଜର ହୋଇଥିବା ହେତୁ ମୁଖ୍ୟମନ୍ତ୍ରୀ ସହ ବିଜେଡି ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି  ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା, ଝାଡୁଦାର ବୋଲି କହି ବିଗତ ଦିନରେ ଚର୍ଚାକୁ ଆସିଥିଲେ ଗଞ୍ଜାମର ଏହି ମନ୍ତ୍ରୀ ତଥା ନବୀନଙ୍କ ଏକାନ୍ତ ଅନୁଗତ ସୂର୍ୟ୍ୟନାରାୟଣ ପାତ୍ର  । ଏବେ ଚିଟଫଣ୍ଡ ଲିଙ୍କରେ ତାଙ୍କର ପରିବାର ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ କି ପ୍ରକାର ସୁରକ୍ଷା ଦେବା ଏହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା  ।

ଅନ୍ୟପଟେ ଅନ୍ୟ ଜଣେ ବିଧାୟକ ଯେକି ଜଣେ ଯୁବନେତା  । ବିଗତ ଦିନରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁ ଦାୟିତ୍ବରେ ଥିଲେ  । ଏବେ ତାଙ୍କୁ ସମନ ପରେ ଗଞ୍ଜାମ ବିଜେଡିରେ ମଧ୍ୟ ଭୟର ବାତାବରଣ ଦେଖାଦେଇଛି   ।

Related Post