Sat. Nov 16th, 2024

ସିବିଆଇ ଦ୍ୱାରା ରାଫେଲ ଚୁକ୍ତି ଯାଂଚ୍ ମାମଲା: ସୁପ୍ରିମକୋର୍ଟ କହିଲେ ପ୍ରଥମେ ଯାଂଚ ଏଜେନ୍ସିକୁ ନିଜ ଘର ସମ୍ଭାଳିବାକୁ ଦିଅ

By amfnews Nov 1, 2018 #Featured
103 Views

ନୂଆଦିଲ୍ଲୀ, ନଭେମ୍ବର ୦୧: ଉଚ୍ଚତମ ନ୍ୟାୟାଳୟ ରାଫେଲ ବିମାନ ଚୁକ୍ତିର ଯାଂଚ କୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ଦ୍ୱାରା କରିବା ନେଇ ଦାଖଲ ହୋଇଥିବା ଏକ ଯାଚିକା ଉପରେ ନିଜର ମତ ରଖିଛନ୍ତି । ମାନ୍ୟବର କୋର୍ଟ କହିଛନ୍ତି ଯେ ସିବିଆଇକୁ ପ୍ରଥମେ ନିଜ ଘର ସମ୍ଭାଳିବା ଆବଶ୍ୟକ । ଏହା ପରେ ଅନ୍ୟ ବିଷୟ ଉପରେ ବିଚାର କରାଯିବ ।

ପ୍ରଧାନ ବିଚାରପତି ରଂଜନ ଗୋଗାଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଅଧିବକ୍ତା ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତି କି, ପ୍ରଥମେ ଏହି ସର୍ବୋଚ୍ଚ ଯାଂଚ ଏଜେନ୍ସିକୁ ନିଜର ଘର ଠିକ କରିବା ଦରକାର ।

ଖଣ୍ଡପୀଠଙ୍କ ଏହି ଟିପ୍ପଣୀ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ରାଫେଲ ପ୍ରସଙ୍ଗରେ ଅଧିବକ୍ତା ପ୍ରଶାନ୍ତ ଭୂଷଣ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ ଏବଂ ଯଶୋବନ୍ତ ସିହ୍ନା ମାମଲାର ଶୁଣାଣି କରୁଥିଲେ । ସେ ନିଜ ଯାଚିକାରେ ରାଫେଲ ଚୁକ୍ତିର ଯାଂଚ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସିବିଆଇ ଦ୍ୱାରା କରିବା ପାଇଁ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ କି, ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଫ୍ରାନ୍ସ ଠାରୁ କିଣାଯିବାକୁ ଥିବା ୩୬ଟି ଲଢୁଆ ବିମାନର ମୂଲ୍ୟର ସମ୍ପର୍ଣ୍ଣ ବିବରଣୀ ୧୦ଦିନ ମଧ୍ୟରେ ବନ୍ଦ ଲଫାପାରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

By amfnews

Related Post