82 Views
କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶରେ କଟକ ସିଟି ହସ୍ପିଟାଲ ସମ୍ମୁଖରୁ ଆଜି ଜବରଦଖଲ ଉଚ୍ଛେଦ ହେଉଛି। ଏଠାରେ ଥିବା ଦୋକାନ ଘରଗୁଡ଼ିକୁ ଭାଙ୍ଗୁଛି ସିଏମ୍ସିର ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି ।
ସିଟି ହସ୍ପିଟାଲ ଆଗରେ ବହୁ ଦୋକାନ ଘର ଥିଲା । ବହୁ ଜାଗା ଜବରଦଖଲ ହୋଇଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ଏହି ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ଉଚ୍ଛେଦ କରାଯାଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଏବେ ବାସହରା ହୋଇଗଲେ, କେଉଁଠି ରହିବେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।