Fri. Dec 27th, 2024

ସିଙ୍ଘୁ ସୀମାରେ ଧାରଣାରତ ଚାଷୀଙ୍କ ବିରୋଧରେ ଏତଲା, ମହାମାରୀ ଆଇନ ବଳରେ ମାମଲା ରୁଜୁ

By amfnews Dec 11, 2020 #Featured
438 Views

ନୂଆଦିଲ୍ଲୀ, ଡିସେମ୍ବର ୧୧ : କୃଷି ଆଇନ ବିରୋଧରେ ସିଙ୍ଘୁ ସୀମାର ରେଡ ଲାଇଟରେ ବସିଥିବା ଧାରଣାରତ ଚାଷୀଙ୍କ ବିରୋଧରେ ଏତଲା ହୋଇଛି । ଚାଷୀଙ୍କ ବିରୋଧରେ ସାମାଜିକ ଦୂରତା ପାଳନ ନ କରିବା ଓ ମହାମାରୀ ଆଇନ ଏବଂ ଅନ୍ୟ ଧାରା ଅନୁସାରେ ମାମଲା ରୁଜୁ ହୋଇଛି । ଚାଷୀମାନେ ଗତ ନଭେମ୍ବର ୨୯ ତାରିଖ ଠାରୁ ଲାମପୁର ସୀମାରେ ବଳପୂର୍ବକ ଦିଲ୍ଲୀର ସୀମାରେ ପ୍ରବେଶ କରିଥିଲେ । ସିଙ୍ଘୁ ସୀମାର ରେଡ ଲାଇଟରେ ବସିଯାଇଥିଲେ । ସେମାନେ ରୋଡକୁ ବ୍ଲାକ କରି ବସିପଡ଼ିଥିଲେ । ଚାଷୀଙ୍କ ବିରୋଧରେ ଏଫଆଇଆର ଡିସେମ୍ବର ୭ରେ ଆଲିପୁର ଥାନାରେ ହୋଇଛି ।  

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସିଙ୍ଘୁ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଚାଷୀଙ୍କ ଦାବି ହେଲା ଯେ, କୃଷି ଆଇନକୁ ଫେରାଇ ନିଆଯାଉ । ସେହିଭଳି ସରକାର ଅନ୍ଦୋଳନକୁ ସଂଶୋଧନ କରିବାକୁ ପ୍ରସ୍ତୁତ ଅଛନ୍ତି । ସରକାରଙ୍କ କହିବା ଅନୁସାରେ ୩ ଆଇନକୁ ଫେରାଇ ନେଇପାରିବେ ନାହିଁ । ଉଭୟ ପକ୍ଷ ନିଜର ଜିଦରେ ଅଟଳ ଅଛନ୍ତି । ଫଳରେ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ସରକାର ଚାଷୀମାନଙ୍କୁ ମଙ୍ଗାଇବାକୁ ଉଦ୍ୟମ କରୁଛନ୍ତି । ଏହାରି ମଧ୍ୟରେ ଚାଷୀମାନଙ୍କ ସହିତ ୫ଟି ପର୍ଯ୍ୟାୟରେ ଆଲୋଚନା କରିସାରିଛନ୍ତି । କିନ୍ତୁ ଚାଷୀମାନେ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇନାହାନ୍ତି । ଚାଷୀମାନେ ନିଜର ଦାବିରେ ଅଟଳ ଅଛନ୍ତି । ଚାଷୀମାନେ କହିଛନ୍ତି ଯେ, ସରକାର ଏପର୍ଯ୍ୟନ୍ତ ଆଲୋଚନା କରି ନାହାନ୍ତି । କାରଣ ଏତେ ଦିନ ହେବ କେବଳ ଚର୍ଚ୍ଚା ଚାଲିଛି । ସରକାର ଆମର ପ୍ରସ୍ତାବକୁ ନେଇ ନିଷ୍ପତ୍ତି ନିଅନ୍ତୁ ବୋଲି ଚାଷୀମାନେ ମତ ଦେଇଛନ୍ତି । 

By amfnews

Related Post