Sun. Jan 12th, 2025

ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ତିନି ବର୍ଷରେ ଦେଶରେ ୩୩ କୋଟି ନୂଆ ବ୍ୟାଙ୍କ ଆକାଉଂଟ ଖୋଲିଛି

By amfnews Nov 14, 2018 #Featured
137 Views

ନୂଆଦିଲ୍ଲୀ, ନଭେମ୍ବର ୧୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଦିନିଆ ଗସ୍ତରେ ସିଙ୍ଗାପୁରରେ ପହଁଚିଛନ୍ତି । ସେଠାରେ ସେ ପ୍ରଥମେ ସିଙ୍ଗାପୁର ଫିନଟେକ୍ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କ୍ଷତ୍ରୀୟ ଏବଂ ଆର୍ଥିକ ସମର୍ଥନର ନେତାଙ୍କ ସହ କିଛି ସମୟ ପରେ ଆଲୋଚନା କରିବେ ।

ଫିନଟେକ୍ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଧାର ଏବଂ ମୋବାଇଲ ସାହାଯ୍ୟରେ ଭାରତ ଜନଧନ ଯୋଜନା ଆରମ୍ଭ କରିଥିଲା । ତିନିବର୍ଷରେ ଦେଶରେ ୩୩୦ ମିଲିୟନ ନୂତନ ବ୍ୟାଙ୍କ ଆକାଉଂଟ ଖୋଲାଯାଇଛି । ଭୀମ ଏବଂ ରୂପେ ଦ୍ୱାରା ଡିଜିଟାଲ ଟ୍ରାଂଜାକ୍ସନ ଦ୍ରୁତ ଗତିରେ ଆଗେଇଛି । ୨୦୧୪ରେ ଦେଶର ଅନେକ ଲୋକଙ୍କ ପାଖରେ ବ୍ୟାଙ୍କ ଆକାଉଂଟ ନଥିଲା । ବର୍ତମାନ ସେମାନେ ଡିଜିଟାଲ ନେଣଦେଣ କରୁଛନ୍ତି । ଜନତାଙ୍କ ପାଇଁ ଭୀମ ଆପ୍ ପେମେଂଟ କରିବାର ଅତି ସହଜ ମାଧ୍ୟମ ପାଲଟିଛି ।

ଆଜି ୧୨୮ଟି ବ୍ୟାଙ୍କ ୟୁପିଆଇ ସହ ଜଡିତ ଅଛନ୍ତି । ଗତ ୨୪ ମାସରେ ୟୁପିଆଇ କାରବାରରେ ୧୫୦୦ ଗୁଣା ବୃଦ୍ଧି ଘଟିଛି । ପ୍ରତିମାସରେ କାରବାର ୩୦ ପ୍ରତିଶତ ବୃଦ୍ଧି ପାଉଛି । ସେ ଆହୁରି କହିଛନ୍ତି ଯେ, ଫିନଟେକ୍ ଫେଷ୍ଟିଭାଲ ବିଶ୍ୱାସର ଉତ୍ସବ । ଏହା ଇନୋଭେସନ, କଳ୍ପନା ଶକ୍ତି, ଯୁବଶକ୍ତିରେ ବିଶ୍ୱାସକୁ ନେଇ ଅନୁଷ୍ଠିତ । ସିଙ୍ଗାପୁର ବର୍ତମାନ ଆର୍ଥିକ ସେବାର ହବ୍ ପାଲଟିଛି ।

ଦୁଇ ଦେଶର ସମ୍ପର୍କ ଆହୁରି ସୁଦୃଢ ହେବ । ଭାରତରେ ମଧ୍ୟ ଫିନଟେକ୍ ଏବଂ ଏଂଟରପ୍ରାଇଜ ଅତି ପ୍ରସିଦ୍ଧି ଲାଭ କରିଛି । ସେଥିରେ ଭାରତ ବିଶ୍ୱର ସବୁଟାରୁ ଦ୍ରୁତଗାମୀ ଷ୍ଟାଟଅପ ଦେଶ ମଧ୍ୟରୁ ଅନ୍ୟତମ । ଫିନଟେକ୍ ଏବଂ ଶିଳ୍ପ ୪.୦ର ଭବିଷ୍ୟତ ଭାରତ ପାଇଁ ବହୁତ ଭଲ  । ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ଅନଲାଇନ ଗ୍ଲୋବାଲ ଫିନଟେକ୍ ମାର୍କିଟପ୍ଲେସକୁ ଲଂଚ୍ କରିଛନ୍ତି ।

By amfnews

Related Post