Sat. Nov 23rd, 2024

ସିଆଇଟିୟୁର ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟକୁ ପରିବହନ ଶ୍ରମିକ ସଂଘର ସମର୍ଥନ

By amfnews Jan 1, 2019 #Featured
123 Views

ରାଉରକେଲା, ୧ ଜାନୁଆରୀ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣନୀତି ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଶ୍ରମ ଆଇନରେ ପରିବର୍ତ୍ତନର ପ୍ରତିବାଦ ଏବଂ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ସମସ୍ତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ଶ୍ରମିକମାନଙ୍କ ସର୍ବନିମ୍ନ ଦରମା ମାସିକ ୧୮ ହଜାର ଟଙ୍କା ଦେବା, ଅଣକୁଶଳୀ ଶ୍ରମିକମାନଙ୍କୁ ସର୍ବନିମ୍ନ ମାସିକ ପେନ୍ସନ ୫ ହଜାର ଟଙ୍କା ଦେବା ସମେତ ୧୨ ଦଫା ଦାବି ନେଇ ଆସନ୍ତା ୮ ଓ ୯ ଜାନୁୟାରୀ ୨୦୧୯ରେ ସିଆଇଟିୟୁ ଡାକରାରେ ହେବାକୁ ଥିବା ୨ ଦିନିଆ ସର୍ବଭାରତୀୟ ଧର୍ମଘଟକୁ ସୁନ୍ଦରଗଡ ମୋଟର କର୍ମଚାରୀ ସଂଘ, ଅଟୋ କର୍ମଚାରୀ ସଂଘ, ଟ୍ୟାକ୍ସି କର୍ମଚାରୀ ସଂଘ, ମିନିବସ କର୍ମଚାରୀ ସଂଘ ଆଦି ସମର୍ଥନ ଘୋଷଣା କରିଛନ୍ତି ।

ରାଉରକେଲା ବସଷ୍ଟାଣ୍ଡ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀର ଯୋଗଦେଇ ଅଲ ଓଡିଶା ପରିବହନ ଶ୍ରମିକ ମହାସଂଘ ନେତା ବିଷ୍ଣୁ ମହାନ୍ତି ଧର୍ମଘଟକୁ ସଫଳ କରିବା ପାଇଁ ସମସ୍ତ ଶ୍ରମିକମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ସମସ୍ତ ବସ୍ ଏବଂ ଟ୍ରକ ମାଲିକମାନେ ମଧ୍ୟ ବନ୍ଦକୁ ସମର୍ଥନ କରିଥିବା କଥା ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ଜନବିରୋଧୀ ନୀତି ବିରୁଦ୍ଧରେ ହୋଇଥିବା ଏହି ଧର୍ମଘଟ ଅଦ୍ଭୁତପୂର୍ବ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀ ସଂଘ ନେତା ବିମାନ ମାଇତି, ବଜରଙ୍ଗ ଚୌଧୁରୀ, ଅକ୍ଷୟ ମହାନ୍ତି, ବାସୁଦେବ ଚତୁର୍ବେଦୀ, ଅର୍ଜୁନ ମହାରଣାଙ୍କ ସମେତ ବହୁ ନେତା ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

By amfnews

Related Post