Sun. Mar 8th, 2026

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ

232 Views

କଟକ: ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ସ୍ବତନ୍ତ୍ର ପୋସ୍କୋ କୋର୍ଟ ଆଜି ଫାଶୀ ଦଣ୍ଡାଦେଶ ଦେଇଥିବା ଜଣାଯାଇଛି। ଗତକାଲି ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ବତନ୍ତ୍ର ପୋସ୍କୋ।

ପ୍ରକାଶ ଯେ, ଗତ ୨୦୧୮ ଏପ୍ରିଲ ୨୧ତାରିଖ ରାତିରେ ସାଲେପୁର ଥାନାର ଜଗନ୍ନାଥପୁର ଗ୍ରାମର ଜଣେ ୬ବର୍ଷର ନାବାଳିକା ନିକଟସ୍ଥ ଦୋକାନକୁ ସଉଦା ଆଣିବାକୁ ଯାଉଥିବାବେଳେ ଚକଲେଟର ପ୍ରଲୋଭନ ଦେଖାଇ ଉକ୍ତ ଗ୍ରାମର ମହମ୍ମଦ ମୁସ୍ତାକ ତାକୁ ନିକଟସ୍ଥ ଏକ ସ୍କୁଲ ବାରଣ୍ଡାକୁ ନେଇ ତାକୁ ଦୁଷ୍କର୍ମ କରିବା ସହ ତା’ର ତଣ୍ଟି ଚିପି ଦେଇଥିଲା। ସେ ମରିଯାଇଥିବା ଭାବି ମୁର୍ମୁଷୁ ଅବସ୍ଥାରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲା ମୁସ୍ତାକ।

ପରିବାର ଲୋକେ ଖୋଜାଖୋଜି କଲାପରେ ନାବାଳିକାକୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ।ସେଠାରେ ନାବାଳିକା ପ୍ରାଣ ହରାଇଥିଲା। ଘଟଣାର କିଛି ଦିନପରେ ଦୁଷ୍କର୍ମକାରୀ ମହମ୍ମଦ ମୁସ୍ତାକକୁ ଗିରଫ କରିଥିଲା ସାଲେପୁର ପୁଲିସ। ସ୍ବତନ୍ତ୍ର ପୋସ୍କୋ ଅଦାଲତରେ ଏହି ମାମଲାର ବିଚାର ଚାଲିଥିଲା। ଆଜି ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋସ୍କୋ କୋର୍ଟ ।

By amfnews

Related Post