539 Views
ମୁମ୍ବାଇ : ଫିଲ୍ମ ‘ସିମ୍ବା’ ଏବେ ରିଲିଜ୍ ହୋଇ ସାରିଥିବା ବେଳେ ପୂରା ଦେଶରେ ଏହା ଏବେ ଧମାଲ କରିବା ଆରମ୍ଭ କରିଛି । ଏହି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନେତା ରଣବୀର ସିଂହଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ଙ୍କୁ ଦେଖିବାକୁ ମିଳିଛି । ଫିଲ୍ମ ପୂର୍ବରୁ ପୂରା ଷ୍ଟାର୍କାଷ୍ଟ ଫିଲ୍ମକୁ ନେଇ ଅନେକ ପ୍ରମୋସନ କରିଥିବା ବେଳେ କପିଲ ଶର୍ମାଙ୍କ ନୂଆ କମେଡି ସୋ’ରେ ମଧ୍ୟ ପହଞ୍ଚିଥିଲେ ଅଭିନେତା ରଣବୀର ସିଂହ, ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବଂ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ । ଏଠାରେ ରୋହିତ୍ ସାରାଙ୍କୁ ନେଇ ଏକ ରାଜ୍ର ଖୁଲାସା କରିଛନ୍ତି, ଯାହା ଏବେ ଚର୍ଚ୍ଚା ପାଲଟିଛି।