Sat. Mar 7th, 2026

ସାମ୍ବାଦିକତା ପାଇଁ ମାଗ୍‌ସେସେ ପୁରସ୍କାର ପାଇଲେ ରବିଶ କୁମାର

186 Views

ନୂଆଦିଲ୍ଲୀ: ସମ୍ବାଦିକତା ନିମନ୍ତେ ରବିଶ କୁମାର ମର୍ଯ୍ୟାଦାଜନକ ରମଣ ମାଗ୍‌ସେସେ ପୁରସ୍କାର ବିଜୟୀ ହୋଇଛନ୍ତି। ୨୦୧୯ ମେଗ୍‌ସେସ୍‌ ପୁରସ୍କାର ନିମନ୍ତେ ପାଞ୍ଚ ଜଣ ବିଜୟୀଙ୍କ ମଧ୍ୟରେ ରବିଶ ଅନ୍ୟତମ।

ପ୍ରଶଂସା ପତ୍ରରେ ରବିଶଙ୍କୁ ଜଣେ ଗମ୍ଭୀର, ବିଜ୍ଞ ଏବଂ ଉତ୍ତମ ସୂଚନାପ୍ରାପ୍ତ ଆଙ୍କର୍‌ ଭାବେ ବର୍ଣ୍ଣନା କରାଯାଇଛି। ସର୍ବସାଧାରଣଙ୍କ ମତ ପାଲଟି ଯାଉଥିବା ବ୍ୟକ୍ତି ହିଁ ସାମ୍ବାଦିକ ବୋଲି ଏଥିରେ ଉଲ୍ଲେଖ ରହିଛି। ରବିଶ କୁମାରଙ୍କ ନୂଆ ଖବର କାର୍ଯ୍ୟକ୍ରମ ‘ପ୍ରାଇମ୍‌ ଟାଇମ୍‌’ ଦୃଷ୍ଟାନ୍ତ ଦେଇ ଫାଉଣ୍ଡେସନ୍‌ କହିଛି ଏଥିରେ ସାଧାରଣ ଲୋକମାନଙ୍କର ବାସ୍ତବ-ଜୀବନ ପ୍ରକାଶ ପାଇ ପାରୁ ନ ଥିବା ଖବର ପରିବେଶଣ କରାଯାଉଛି।

ବିହାରର ଜିତଓ୍ଵାର୍‌ପୁରରେ ଲାଳିତପାଳିତ ରବିଶ କୁମାର ୧୯୯୬ ମସିହା ଠାରୁ ଏନ୍‌ଡିଟିଭି କାର୍ଯ୍ୟରତ। ଅନ୍ୟ ଚାରି ବିଜେତା ହେଲେ ମିଆଁମାର୍‌ର କୋ ସ୍ୱେ, ଥାଇଲାଣ୍ଡ୍‌ର ଆଙ୍ଗ୍‌ଖାନା ନୀଳପାଇଜିତ୍‌, ଫିଲିପ୍ପିନ୍‌ସ୍‌ର ରେମୁଣ୍ଡୋ ପୁଜାଣ୍ଟେ କାୟାବ୍ୟାବ୍‌ ଏବଂ ଦକ୍ଷିଣ କୋରିଆର କିମ୍‌ ଜୋଙ୍ଗ୍‌-କି। ପୂର୍ବରୁ ଆର୍‌କେ ଲକ୍ଷ୍ମଣ, ପି ସାଇନାଥ, ଅରୁଣ ସୌରୀ, କିରଣ ବେଦି ଏବଂ ଅରବିନ୍ଦ କେଜ୍ରିଓ୍ଵାଲ ଏହି ପୁରସ୍କାର ପାଇଛନ୍ତି। ଟୁଇଟ୍‌ କରି କେଜ୍ରିଓ୍ଵାଲ୍‌ ରବିଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

By amfnews

Related Post