Sun. Mar 8th, 2026

ସାବିରମାଳା ବିବାଦ

242 Views

ନୂଆଦିଲ୍ଲୀ, ୧୩/୧୧: କେରଳର ପ୍ରସିଦ୍ଧ ସାବିରିମାଳର ଆୟାପ୍ପା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ନେଇ ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରକ୍ଷୀରେ ଆସିଥିବା ୪୫ଟି ପୁନଃବିଚାର ପିଟିସନ ଉପରେ ସୁପ୍ରିମ୍‌ କୋର୍ଟ ଶୁଣାଣି କରିବେ। ଆଜି ସବୁବର୍ଗର ମହିଳାଙ୍କ ପ୍ରବେଶାଧିକାରକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଏହି ସମସ୍ତ ଆବେଦନର ଶୁଣାଣି କରିବାର ସମ୍ଭାବନା ରହିଛି।

ବିଶେଷ କରି ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ନେଇ ମନ୍ଦିରର ପ୍ରଚଳିତ ପରମ୍ପରାକୁ ଅଗ୍ରାହ୍ୟ କରି ସୁପ୍ରିମ କୋର୍ଟ ସମସ୍ତ ବର୍ଗ ଓ ବୟସର ମହିଳାଙ୍କୁ ମନ୍ଦିରରେ ପ୍ରବେଶାଧିକାର ଦେଇଥିବାରୁ ଏହାକୁ ନେଇ ପରମ୍ପରାବାଦୀମାନେ ପ୍ରବଳ ବିରୋଧ କରୁଛନ୍ତି।ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ଲୋକଙ୍କ ବିଶ୍ୱାସକୁ ବୈଜ୍ଞାନିକ ଓ ଯୁକ୍ତିସଙ୍ଗତ କଥା ଆଳରେ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ। ମନ୍ଦିରର ପ୍ରସିଦ୍ଧ ଦେବତା ଆୟାପ୍ପା ବ୍ରହ୍ମଚର୍ଯ୍ୟ ପାଳନ କରୁଥିବାରୁ ମାସିକ ଧର୍ମ ବୟସର ମହିଳାମାନଙ୍କ ମନ୍ଦିର ପ୍ରବେଶ ନେଇ ବାରଣ ରହିଛି ବୋଲି ଆନ୍ଦୋଳନକାରୀମାନେ ଦାବି କରୁଛନ୍ତି।

ସୂଚନାଯୋଗ୍ୟ ଯେ ସାବିରମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ହିଂସାତ୍ମକ ଆନ୍ଦୋଳନ ମୁଣ୍ଡ ଟେକିଛି। ଏପରିକି ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଫାଇଦା ଉଠାଇବାରେ ବ୍ୟସ୍ତ ରହିଛନ୍ତି। ବିଶେଷ କରି ଗତ ଅକ୍ଟୋବର ୧୭ ତାରିଖ ଓ ନଭେମ୍ବର ୫ ତାରିଖରେ ଦୁଇଥର ମନ୍ଦିର ଖୋଲା ଯାଇଥିବା ବେଳେ ମହିଳା ଭକ୍ତଙ୍କ ପ୍ରବେଶ ନେଇ ସରକାର, ପୁଲିସ ଓ ଆନ୍ଦୋଳନକାରୀମାନେ ମୁହାଁମୁହିଁ ହୋଇଥିଲେ।

By amfnews

Related Post