Fri. Mar 6th, 2026

ସାବରିମାଳାରେ ବାବ୍ରୀ ବିଧ୍ୱଂସ ଭଳି ପରିସ୍ଥିତି ସୃଷ୍ଟି କରାଯାଉଛି: ସୀତାରାମ ୟେଚୁରୀ

310 Views

ନୂଆଦିଲ୍ଲୀ: ସିପିଏମ୍‌ ନେତା ସୀତାରାମ ୟେଚୁରୀ ଶୁକ୍ରବାର ସାବରିମାଳା ବିବାଦ ମାମଲାକୁ ବାବ୍ରୀ ମସଜିଦ୍‌ ସହିତ ତୁଳନା କରିଛନ୍ତି। ୟେଚୁରୀ ସାବରିମାଳାରେ ଦେଖାଯାଇଥିବା ହିଂସା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଉପରେ ଅଭିଯୋଗ ଆଣି କହିଛନ୍ତି, ବାବ୍ରୀ ବିଧ୍ୱଂସ ଭଳି ପରିସ୍ଥିତି ସୃଷ୍ଟି କରାଯାଇଛି। ପୂର୍ବରୁ ଆରଏସ୍‌ଏସ୍‌ ଓ ବିଜେପି ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତ କରୁଥିବା ବେଳେ ବର୍ତ୍ତମାନ ସୁନିୟୋଜିତ ଶୈଳୀରେ ଏହାର ବିରୋଧ କରୁଛନ୍ତି। ଆରଏସ୍‌ଏସ୍‌ ଚାହୁଁଥିଲା ଯେ, ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନମିଳୁ କିନ୍ତୁ ଏଥିରେ ସେମାନେ ହାରି ଯାଇଛନ୍ତି। ଆରଏସ୍‌ଏସ୍‌ ମନ୍ଦିର ନିର୍ଦ୍ଧାରିତ ସମୟରେ ନ ଖୋଲିବା ଉଦ୍ୟମ କରି ବିଫଳ ହୋଇଛି।

ବିଜେପି ଭୋଟ ବ୍ୟାଙ୍କ ରାଜନୀତି କରୁଛି ବୋଲି ୟେଚୁରୀ କହିଛି। ସେ ଅଭିଯୋଗ ଆଣିଛନ୍ତି ଯେ, ସାବରିମାଳାରେ ବାବ୍ରୀ ବିଧ୍ୱଂସ ଭଳି ପରିସ୍ଥିତି ସୃଷ୍ଟି କରାଯାଉଛି। ବିଜେପି ସାବରିମାଳାର ପରିସ୍ଥିତି ବିଗିଡ଼ାଇ ହିନ୍ଦୁ ଭୋଟବ୍ୟାଙ୍କ ରାଜନୀତି କରିବାକୁ ଚାହୁଁଛନ୍ତି। ସାମାଜିକ ସଦ୍‌ଭାବ ବିଗାଡ଼ି ଭୋଟବ୍ୟାଙ୍କ ଷଡ଼ଯନ୍ତ୍ର କରାଯାଉଛି। ସେ କହିଛନ୍ତି, ମନ୍ଦିର ବାହାରେ ପ୍ରଦର୍ଶନ କରୁଥିବା ଲୋକେ ଆରଏସ୍‌ଏସ୍‌କୁ ସମର୍ଥନ ଜଣାଉଛନ୍ତି। ପ୍ରଦର୍ଶନକାରୀମାନେ ଗେରୁଆ ରଙ୍ଗର କପଡ଼ା ପିନ୍ଧିଛନ୍ତି। ସୂଚନାଯୋଗ୍ୟ ନିକଟରେ ସାବରିମାଳା ମନ୍ଦିରରେ ୧୦ରୁ ୫୦ ଜଣ ବର୍ଷୀୟ ମହିଳାଙ୍କ ପ୍ରବେଶ ଉପରେ କଟକଣା ଉଠାଇ ଦିଆଯାଇଥିଲା।

By amfnews

Related Post