Fri. Jun 13th, 2025

ସାବରିମାଲା ମାମଲା ବୃହତ୍ତର ଖଣ୍ଡପୀଠକୁ ପଠାଇଲେ ସୁପ୍ରିମ୍‌ କୋର୍ଟ

By amfnews Nov 14, 2019 #Featured
136 Views

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ସାବରିମାଲା ମନ୍ଦିର ମାମଲାର ବିଚାର ଏକ  ବୃହତ୍ତର ଖଣ୍ଡପୀଠ ଦ୍ବାରା କରାଯିବାକୁ ସୁପାରିସ କରିଛନ୍ତି।

ସୁପ୍ରିମ୍‌ କୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ବିଚାର ନିମନ୍ତେ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ୩: ୨ ଗରିଷ୍ଠତା ଅନୁପାତରେ ୭ ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠଙ୍କୁ ରେଫର୍‌ କରିଛନ୍ତି।

ମାମଲାର ବିଚାର ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏ ଏମ୍‌ ଖାନ୍‌ଓ୍ଵାଲିକର୍‌ ଏବଂ ଇନ୍ଦୁ ମାଲହୋତ୍ରା ସାବରିମାଲା ମାମଲା  ୭ ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଦ୍ବାରା ବିଚାର ହେଉ ବୋଲି ମତ ରଖିଥିଲେ। ଏହି ତିନି ଜଣ ନିଜ ରାୟରେ  କହିଛନ୍ତି ଯେ ଧାର୍ମିକ ବିଶ୍ୱାସ ଏବଂ ପ୍ରଥା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇଥିବାରୁ ଏହା ୭ଜଣିଆ ଖଣ୍ଡପୀଠଙ୍କ ବିଚାର ଆବଶ୍ୟକ କରୁଛି। ପାଞ୍ଚଜଣିଆ  ସାମ୍ବିଧାନିକ ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ଭିନ୍ନ ମତ ପୋଷଣ କରିଥିଲେ।

image source– newsclick

ବାର୍ଷିକ ତିନିମାସିଆ ତୀର୍ଥାଟନ ନିମନ୍ତେ ନଭେମ୍ବର ୧୭ ତାରିଖରେ ସାବରିମାଲା ମନ୍ଦିର ଖୋଲିବ।

୧୦ ରୁ ୫୦ ବର୍ଷ ବୟସ୍କା କିଶୋରୀ ଏବଂ ମହିଳାମାନଙ୍କ ଲାଗି ବାରଣ କରାଯାଇଥିବା ମନ୍ଦିର ପ୍ରବେଶ ନିୟମକୁ ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ସୁପ୍ରିମ୍‌ କୋର୍ଟ ନିଷିଦ୍ଧ କରିଥିଲେ। ଏହାକୁ ବିରୋଧ କରି ପ୍ରାୟ ୬୫ଟି ପିଟିସନ୍‌ ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିଲା। ୪:୧ ଅନୁପାତ ସଂଖ୍ୟା ଗରିଷ୍ଠତା ରାୟ ଭିତ୍ତିରେ ସୁପ୍ରିମ୍‌ କୋର୍ଟ ମହିଳାଙ୍କୁ ସାବରିମାଲା ମନ୍ଦିର ବାରଣ ପ୍ରଥାକୁ ବେଆଇନ ଏବଂ ଅଣସାମ୍ବିଧାନିକ ବୋଲି ଘୋଷଣା କରିଥିଲେ।

ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏସବୁ ରିଭ୍ୟୁ ପିଟିସନ୍‌ ଉପରେ ନେଇଥିବା ନିଷ୍ପତ୍ତିକୁ ଫେବ୍ରୁଆରି ୬ ତାରିଖ ଦିନ ସଂରକ୍ଷିତ ରଖିଥିଲେ।

By amfnews

Related Post