Sat. Mar 7th, 2026

ସାବରିମାଲା ମନ୍ଦିରର ୨ କି. ମି. ଦୂରରେ ଅଟକା ଯାଇଥିବା ୨ ମହିଳାଙ୍କୁ ଫେରାଇ ଅଣାଗଲା

222 Views

ସାବରିମାଲା: ଭକ୍ତମାନଙ୍କର ପ୍ରବଳ ବିରୋଧ ସତ୍ତ୍ୱେ ସୋମବାର ପ୍ରତ୍ୟୁଷରେ ସାବରିମାଲା ପାହାଡ଼ ଚଢ଼ିଥିବା ଦୁଇ ମହିଳାଙ୍କୁ ପମ୍ପା ବେସ୍‌ କ୍ୟାମ୍ପ୍‌କୁ ଫେରାଇ ଅଣାଯାଇଛି।

ପୁଲିସର କଡ଼ା ସୁରକ୍ଷା ସହ ମାଲପ୍ପୁରମ୍‌ର ବିନ୍ଦୁ ଓ କୋଝିକୋଡ଼ର ଦୁର୍ଗା ପର୍ବତ ଶିଖରରେ ଥିବା ମନ୍ଦିରକୁ ଯାତ୍ରା କରୁଥିଲେ।

ଗଣମାଧ୍ୟମକୁ ବିନ୍ଦୁ କହିଛନ୍ତି: ଆମେ ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିବାକୁ ଆସିଛୁ। ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଲାଗୁ ହେବା ଉଚିତ ଏବଂ ଆମର ଆଶା ପୁଲିସ ସୁରକ୍ଷା ପ୍ରଦାନ କରିବ।

ବିନ୍ଦୁ ଓ ଦୁର୍ଗା ପୁଲିସ ସୁରକ୍ଷା ସହ ସନ୍ନିଧାମ ଠାରୁ ଗୋଟିଏ କିଲୋମିଟର ଦୂର ମରକୂଟମ୍‌ ଠାରେ ପହଞ୍ଚି ଯାଇଛନ୍ତି। ଅଧିକ ପୁଲିସ ସେମାନଙ୍କ ସାଥିରେ ଯିବେ ବୋଲି ସେମାନେ ଅପେକ୍ଷା କରିଥିଲେ।

ପୂର୍ବରୁ ସାବରିମାଲା ଯିବା ବାଟରେ ପଡୁଥିବା ଆପ୍ପାଚିମେଣ୍ଡୁ ଠାରେ ସେମାନଙ୍କୁ ପ୍ରତିବାଦକାରୀମାନେ ଅଟକାଇ ଥିଲେ। ପରେ ପୁଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା।

By amfnews

Related Post