Mon. Mar 9th, 2026

ସାତକୋଶିଆରେ ୧୧୦ମଗର, ୧୩ଘଡ଼ିଆଳ

292 Views

ଅନୁଗୁଳ , ଜାନୁଆରୀ ୧୮ : ସାତକୋଶିଆର ସଦ୍ୟ କୁମ୍ଭୀର ଗଣନା ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ୧୧୦ ମଗର କୁମ୍ଭୀରଙ୍କୁ ଠାବ କରାଯାଇଥିବା ବେଳେ ଘଡ଼ିଆଳ ସଂଖ୍ୟା ୧୩ରେ ବୋଲି ସାତକୋଶିଆ କର୍ତୃପକ୍ଷ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଠମଲ୍ଲିକ ବନଖଣ୍ତ ଚଣାଗୁଡ଼ିନାଳରୁ ବାଲିପୁଟ ସୁହାଗିନାଳୀ ପର୍ଯ୍ୟନ୍ତ ନିକଟରେ କୁମ୍ଭୀର ଗଣନା ହୋଇଥିଲା। ମହାନଦୀ ଗଣ୍ତ, ଉପକୂଳ, ବାଲିପଠାରେ ଗତବର୍ଷ ୭୧ଟି ମଗର ଠାବ ହୋଇଥିବା ବେଳେ ଏବର୍ଷ ୭୬ଟି ମଗରଙ୍କୁ ଦେଖିବାକୁ ମିଳିଛି। ସେହିପରି ଆଠମଲ୍ଲିକ ମାନଯୋର୍‌ ଜଳସେଚନ ପ୍ରକଳ୍ପ, କଦଳୀଖୋଲା ଆଦି ବିଭିନ୍ନ ପୋଖରୀ ଓ ଜଳାଶୟରେ ଗତବର୍ଷ ୧୮ଟି ମଗର ଥିବା ବେଳେ ଏଥର ସଂଖ୍ୟା ୨୮ ରହିଛି ।ଏହାବାଦ୍‌ ସାତକୋଶିଆ ମିନି ଚିଡ଼ିଆଖାନାରେ ୬ଟି ମଗର ଅଛନ୍ତି ବୋଲି ସାତକୋଶିଆ କ୍ଷେତ୍ର ନିର୍ଦେଶକ ତଥା ଅତିରିକ୍ତ ପିସିସିଏଫ୍ ଡ. ସୁଦର୍ଶନ ପଣ୍ଡା ‘ସମ୍ବାଦ’କୁ କହିଛନ୍ତି। ସେହିପରି ଘଡ଼ିଆଳ ଆକଳନ ୧୩ କରାଯାଇଛି। ମହାନଦୀ ଗଣ୍ଡରେ ଏଥର ୮ଟି ଘଡ଼ିଆଳ କୁମ୍ଭୀରଙ୍କୁ ଦେଖିବାକୁ ମିଳିଛି। ଗତବର୍ଷ ଏହି ସଂଖ୍ୟା ୭ଥିଲା। ସାତକୋଶିଆ ମିନି ଚିଡ଼ିଆଖାନାରୁ ଗୋଟିଏ ଘଡ଼ିଆଳ ମହାନଦୀକୁ ଛାଡ଼ିବା ପରେ ଏହି ସଂଖ୍ୟା ଗୋଟିଏ ବୃଦ୍ଧି ପାଇଛି, କିନ୍ତୁ କୌଣସି ପ୍ରଜନନ ହୋଇନାହିଁ। ଅପରପକ୍ଷେ ମିନି ଚିଡ଼ିଆଖାନାରେ ଘଡ଼ିଆଳ ସଂଖ୍ୟା ୫ ରହିଥିବା ଜଣାପଡ଼ିଛି।

By amfnews

Related Post