Tue. Mar 18th, 2025

ସାତ ମାସଧରି ୧୩ ବର୍ଷୀୟା ନାବାଳିକାକୁ ୪ ଜଣ ଦୁଷ୍କର୍ମ କରୁଥିଲେ , ୩ ଗିରଫ , ଜଣେ ଫେରାର୍‌

By amfnews Jan 14, 2019 #Featured
113 Views

ଭିଓ୍ଵାଣ୍ଡି,ଜାନୁଆରୀ ୧୪ : ଶାନ୍ତିନଗର ପୁଲିସ ଗତ କାଲି ଜଣେ ୧୩ ବର୍ଷୀୟା ନାବାଳିକାକୁ ଗତ ସାତ ମାସ ଧରି ଦୁଷ୍କର୍ମ କରୁଥିବା ଅଭିଯୋଗରେ ତିନି ଜଣ ଅସାମାଜିକ ଲୋକଙ୍କୁ ଗିରଫ କରିଛି। ଚତୁର୍ଥ ଅଭିଯୁକ୍ତ ଜଣକ ଫେରାର୍‌ ଥିବା କୁହାଯାଉଛି।

ପୁଲିସ ସୂତ୍ରରୁ ମିଳିଥିବା ଅନୁଯାୟୀ ନାବାଳିକାକୁ ଗତ ବର୍ଷ ଜୁନରୁ ଡିସେମ୍ବର ମାସ ଯାଏଁ ଦୁଷ୍କର୍ମ କରାଯାଉଥିଲା। ଚାରି ଜଣ ଦୁଷ୍କର୍ମକାରୀଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତଜଣକ ହେଲା ଜଣେ ମନୋହରୀ ଦୋକାନୀ। ନାବାଳିକା ବେଳେବେଳେ ସେହି ଦୋକାନକୁ ଯାଇଥାଏ। ଥରେ ସୁଯୋଗ ଦେଖି ଦୋକାନୀଜଣକ ତାକୁ ନିଜ ଘରକୁ ନେଇ ତା’ସହିତ ଦୁଷ୍କର୍ମ କରିଥିଲା। ଏହାପରେ ଦୋକାନୀ ଅନ୍ୟ ତିନିଜଣଙ୍କୁ ଦୁଷ୍କର୍ମ କରିବା ଲାଗି ପ୍ରବର୍ତ୍ତାଇଥିଲା।

ଗତ ସାତ ମାସ ଭିତରେ ଚାରି ଦୁଷ୍କର୍ମକାରୀ ବିଭିନ୍ନ ସ୍ଥାନକୁ ନେଇ ନାବାଳିକା ସହ ଦୁଷ୍କର୍ମ କରିଥିଲେ। ସେମାନେ ନାବାଳିକାକୁ ଧମକ ଦେଇଥିଲେ ଯେ ଯଦି ସେ ଏକଥା ପ୍ରଘଟ କରିବ,ତେବେ ତା’ର ବାପାଙ୍କୁ ମାରିଦେବେ। ପୀଡ଼ିତାର ମାଆ କିନ୍ତୁ ଝିଅର ମାନସିକ ସ୍ଥିତି ଦେଖି ଜାଣିପାରିଲେ ଯେ ସେ ଦୁଷ୍କର୍ମର ଶିକାର ହୋଇଛି। ଏହାପରେ ପୀଡିତାଙ୍କ ମାଆ ଶାନ୍ତିନଗର ଥାନାରେ ଏତଲା ଦେଇଥିଲେ।

ଅଭିଯୁକ୍ତମାନଙ୍କ ବିରୋଧରେ ଆଇ ପି ସି ଧାରା ୩୭୬,୩୫୪,୫୦୬ ଓ ୩୪ ତଥା ପୋସ୍କୋ ଆଇନ୍‌ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଚତୁର୍ଥ ଅଭିଯୁକ୍ତକୁ ଧରିବାଲାଗି ପ୍ରୟାସ ଚାଲିଛି ।

By amfnews

Related Post