Sat. Mar 7th, 2026

ସାତ ବର୍ଷପରେ ଶବ ଚିହ୍ନଟ ହେଲା , ଜଣାପଡ଼ିିଲା ହତ୍ୟାର କାରଣ

248 Views

ନୂଆଦିଲ୍ଲୀ: ଅପହରଣ ପରେ ହତ୍ୟା ହୋଇଥିବା ବ୍ୟକ୍ତିର ଶବକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅତିରିକ୍ତ କମିଶନ୍‌ର (କ୍ରାଇମ୍‌ବ୍ରାଞ୍ଚ) ରାଜୀବ ରଂଜନ କହିଛନ୍ତି ପ୍ରହ୍ଲାଦପୁର ଥାନାରେ ୨୦୧୧ ମସିହା ମାର୍ଚ୍ଚ ୧୮ ତାରିଖରେ ଆଶୁତୋଷ ନାମକ ଜଣେ ୨୨ ବର୍ଷୀୟ ଯୁବକଙ୍କର ଅପହରଣ ଓ ହତ୍ୟା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ପ୍ରମୋଦ କୁମାର ନାମକ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେ ପ୍ରାୟ ଆଠ ମାସ ଧରି ଜେଲଦଣ୍ଡ ଭୋଗିଥିଲା, ମାତ୍ର ପରେ ଆଶୁତୋଷର ଶବ ନ ମିଳିବା କାରଣରୁ ପ୍ରମୋଦକୁ ଜାମିନ୍‌ ମିଳିଥିଲା। ଏହାପରେ ଆଶୁତୋଷର ଶବ ନ ମିଳିବା କାରଣରୁ ପ୍ରମୋଦକୁ ଜାମିନ୍‌ ମିଳିଥିଲା।

ଏହାପରେ ଆଶୁତୋଷର ବାପା ୨୦୧୨ ଏପ୍ରିଲ ୪ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ପ୍ରାୟ ସାତ ବର୍ଷ ପରେ ଏକ ଅଚିହ୍ନା ଶବ ମିଳିଥିଲା। ଡିଏନଏ ଟେଷ୍ଟ୍ଚ ପରେ ଜଣାପଡିଲା ଯେ ମୃତ ଶରୀର ହେଉଛି ଆଶୁତୋଷଙ୍କର।

ପୁଲିସର କହିବା ଅନୁଯାୟୀ ଆଶୁତୋଷ ଏମ୍‌ବିଏ କରିଥିଲା। ସେ ଅଭିଯୁକ୍ତ ପ୍ରମୋଦଙ୍କର କଂପାନିରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲା। ପ୍ରମୋଦ ସନ୍ଦେହ କରୁଥିଲା ଯେ ତା’ ସ୍ତ୍ରୀ ସହିତ ଆଶୁତୋଷର ଅନୈତିକ ସଂପର୍କ ଅଛି। ଏହାପରେ ସେ ଆଶୁତୋଷର ତଣ୍ଟି ଚିପି ହତ୍ୟା କରିଥିଲା।

By amfnews

Related Post