Fri. Jun 13th, 2025

ସାଟେଲାଇଟ୍‌ ଲଞ୍ଚ୍‌ ସାଇଟ୍‌ରେ ‘ଅତି ଗୁରୁତ୍ୱପୂର୍ଣ୍ଣ’ ପରୀକ୍ଷା କରିଛି ଉତ୍ତର କୋରିଆ

By amfnews Dec 8, 2019 #Featured
355 Views

ସିଓଲ: ସୋହାଏ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣସ୍ଥଳୀରେ ଉତ୍ତର କୋରିଆ ‘ଅତି ଗୁରୁତ୍ୱପୂର୍ଣ୍ଣ’ ପରୀକ୍ଷା କରିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରବିବାର ଦିନ ରିପୋର୍ଟ କରିଛି।

କ’ଣ ପରୀକ୍ଷା କରାଯାଇଛି ସେ ବିଷୟରେ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇ ନାହିଁ। କିନ୍ତୁ ପୂର୍ବରୁ ସେ ଉତ୍‌କ୍ଷେପଣସ୍ଥଳୀ ମହାକାଶକୁ ରକେଟ୍‌ ଉତ୍‌କ୍ଷେପଣ ନିମନ୍ତେ ବ୍ୟବହାର କରାଯାଉଥିଲା। ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି ଯେ ପରୀକ୍ଷା ଫଳାଫଳ ଦେଶର ସାମରିକ ସ୍ଥିତିକୁ ଉନ୍ନତ କରାଇବାରେ ବ୍ୟବହାର କରାଯିବ।

ଉତ୍ତର କୋରିଆ ଯଦି କ୍ଷେପଣାସ୍ତ୍ର ପରୀକ୍ଷା କରେ ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ ସତର୍କ ସୂଚନା ଜାରି କରନ୍ତି। କିନ୍ତୁ ଆଜିର ପରୀକ୍ଷା ସଂକ୍ରାନ୍ତରେ କୌଣସି ବିବୃତି ଦେବାକୁ ସେ ମନା କରି ଦେଇଛନ୍ତି।

ଏହି ରକେଟ୍‌ ଉତ୍‌କ୍ଷେପଣସ୍ଥଳୀକୁ ବନ୍ଦ କରିବାକୁ ଉତ୍ତର କୋରିଆ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରତିଶ୍ରୁତି ଦେଇଥିଲା।

ଫେଡେରେସନ୍‌ ଅଫ୍‌ ଆମେରିକାନ୍‌ ସାଇଣ୍ଟିଷ୍ଟ୍‍ସ୍‌ର ଜଣେ ଅତିରିକ୍ତ ବରିଷ୍ଠ ଫେଲୋ ଅଙ୍କିତ ପଣ୍ଡା ଟୁଇଟ୍‌ କରିଛନ୍ତି: ସୋହାଏ ଟେଷ୍ଟ୍‍ ଷ୍ଟାଣ୍ଡ୍‌ରେ ଗୋଟାଏ ଭୂପୃଷ୍ଠ-ଭିତ୍ତିକ ଇଞ୍ଜିନ୍‌ ପରୀକ୍ଷା ହୋଇଥାଇପାରେ। ଏହା ଉତ୍‌କ୍ଷେପଣ ନୁହେଁ।

By amfnews

Related Post