Sat. Mar 7th, 2026

ସାଉଦୀ ମହାରାଜାଙ୍କ ମୂଲ୍ୟବାନ ଗହଣା ଚୋରି

273 Views

ପ୍ୟାରିସ୍‍  : ସାଉଦୀ ଆରବର ମହାରାଜାଙ୍କ ମୂଲ୍ୟବାନ ଗହଣା ରିଜ୍‍ ହୋଟେଲ୍‍ରୁ ଚୋରି ହୋଇଯାଇଛି। ଚୋରି ଗହଣାର ମୂଲ୍ୟ ପ୍ରାୟ ୯,୩୦,୦୦୦ ଡଲାର ହେବ ବୋଲି ଆକଳନ କରାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଛି। ମହାରାଜା ରହୁଥିବା ହୋଟେଲ୍‍ ରୁମ୍‍ରୁ ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଥିଲେ ହେଁ ସେଠାରେ ଚୋରର କୌଣସି ଚିହ୍ନବର୍ଣ୍ଣ ନାହିଁ। ଉକ୍ତ ହୋଟେଲ୍‍ରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଘଟିଛି। ଗତ ଜାନୁଆରୀ ମାସରେ ହୋଇଥିବା ଚୋରି ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିଲା। ୨୦୧୬ରେ ମଧ୍ୟ ପ୍ରଖ୍ୟାତ ହଲିଉଡ୍‍ ଅଭିନେତ୍ରୀ କିମ୍‍ କାଡ୍ରାସିଆନ୍‍ଙ୍କଠାରୁ ଉକ୍ତ ହୋଟେଲର କିଛି ଦୂରରେ ଦୁର୍ବୃତ୍ତମାନେ ଲୁଟ୍‍ କରିଥିଲେ।

By amfnews

Related Post