Sat. Jun 14th, 2025

ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌ରୁ ଶ୍ରଦ୍ଧା କପୁର ଆଉଟ୍‌ , ଇନ୍‌ ହେବେ ଏହି ନାୟିକା

By amfnews Mar 16, 2019 #Featured
350 Views

ମୁମ୍ବାଇ: ଫିଲ୍ମ‘ସ୍ତ୍ରୀ’ର ଜବରଦସ୍ତ ସଫଳତା ପରେ ଶ୍ରଦ୍ଧା କପୁର ଟେନିସ ଷ୍ଟାର୍‌ ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌ର ସୁଟିଂରେ ବ୍ୟସ୍ତ ଥିଲେ।ଭୂଷଣ କୁମାରଙ୍କ ପ୍ରଯୋଜିତ ତଥା ଅମୋଲ ଗୁପ୍ତେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁର ଖୁବ୍‌ ପରିଶ୍ରମ କରୁଥିଲେ। ଏହି ଫିଲ୍ମର ଫାର୍ଷ୍ଟଲୁକ୍‌ ମଧ୍ୟ କିଛି ଦିନ ତଳେ ଆଉଟ୍‌ ହୋଇଥିଲା। କିନ୍ତୁ ପରେ ଏକ ସପ୍ତାହ ପାଇଁ ଫିଲ୍ମର ସୁଟିଂ ବନ୍ଦ ରଖାଯାଇଥିଲା।ପ୍ରକୃତରେ ଶ୍ରଦ୍ଧା କପୁରଙ୍କ ଦେହ ଖରାପ ଥିଲା ବୋଲି ଶୁଣିବାକୁ ମିଳିଥିଲା। ସେ ନିଜର ଚେକ୍‌ଅପ୍‌ କରାଇବା ବେଳେ ଜଣାପଡ଼ିଥିଲା ଯେ ଶ୍ରଦ୍ଧା ଡେଙ୍ଗୁରେ ପୀଡ଼ିତା।

ଏବେ ଆଉ ଶ୍ରଦ୍ଧା କପୁର ଟେନିସ ଷ୍ଟାର୍‌ ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌ରେ କାମ କରୁ ନଥିବା ଜଣାଯାଇଛି। କୁହାଯାଉଛି ଯେ ଆଗରୁ ସେ ରିଆଲିଟି ସୋ’ ଷ୍ଟ୍ରିଟ୍‌ ଡ୍ୟାନସର’ରେ କାମକରିବେ। ତେଣେ ତେଲୁଗୁ ସିନେମା ‘ସାହୋ’ରେ ବି କାମ କରୁଛନ୍ତି ଏଣୁ ତାଙ୍କ ହାତରେ ଆଉ ସମୟ ନାହିଁ ସାଇନା ନେହଓ୍ଵାଲଙ୍କ ବାୟୋପିକପାଇଁ ।ଏବେ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କ ସ୍ଥାନରେ ପରିଣୀତି ଚୋପ୍ରାଙ୍କୁ ନେବେ ବୋଲି ଜଣାଯାଇଛି।

By amfnews

Related Post