Sat. Mar 7th, 2026

ସାଇକେଲ ଚୋରି କରି ନକଲି ଡାକ୍ତର ଜେଲରେ

306 Views

ବାଲୁଗାଁ, ନଭେମ୍ବର ୧୭: ବାଲୁଗାଁ ଥାନା ପରିସରରୁ ଏସ୍ଆଇ ଗଣେଶ ସ୍ବାଇଁଙ୍କ ଏକ ରେସିଂ ସାଇକେଲକୁ ଚୋରି କରି ଜଣେ ନକଲି ଡାକ୍ତର ଜେଲ୍ ଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣପୁର ଗ୍ରାମର ହରପ୍ରସାଦ ତ୍ରିପାଠୀଙ୍କ ପୁଅ ମନୋଜ କୁମାର ତ୍ରିପାଠୀ(୩୨) ବୋଲି ଜଣାଯାଇଛି।

ସୂଚନାନୁଯାୟୀ, ଗତ ବୁଧବାର ସନ୍ଧ୍ୟାରେ ବାଲୁଗାଁ ଥାନା ପରିସରରୁ ଏସ୍ଆଇ ଶ୍ରୀ ସ୍ବାଇଁଙ୍କ ରେସିଂ ସାଇକେଲଟି ଚେରି ହୋଇଯାଇଥିଲା। ଗୁରୁବାର ସକାଳେ ଥାନା ପରିସର ସିସିଟିଭି ଫୁଟେଜରୁ ଅଭିଯୁକ୍ତ ମନୋଜ ସାଇକେଲ ଚୋରି କରିଥିବା ଜଣାପଡ଼ିଥିଲା। ଶ୍ରୀ ସ୍ବାଇଁ ତୁରନ୍ତ ଚଢ଼ଉ କରି ସ୍ଥାନୀୟ କଲ୍ୟାଣ ମଣ୍ତପ ନିକଟ ନନ୍ଦିଘୋଷ ସେବା ସଦନ ପରିସରରୁ ସାଇକେଲଟି ଜବତ କରିଥିଲେ।

ତଦନ୍ତ କରିବାରେ ମନୋଜ ଏଠାରେ ଦୀର୍ଘ ଦିନ ହେଲା ବିନା ପଞ୍ଜୀକରଣରେ ଡାକ୍ତରଖାନା ଖୋଲିବା ସହ ନିଜକୁ ଡାକ୍ତର ବୋଲି କହି ରୋଗୀଙ୍କୁ ଭୁଆଁ ବୁଲାଇ ଚାଲିଥିବା ଧରାପଡ଼ିଥିଲା। ମୁଖ୍ୟତଃ ଗର୍ଭପାତ କରାଉଥିବା ମନୋଜ କୈାଣସି ଡାକ୍ତରୀ ପାଠ ନପଢ଼ି ଅଭିଜ୍ଞତାରୁ ଏପରି ରୋଗୀ ଚିକିତ୍ସା କରୁଥିବା ସ୍ବୀକାର କରିଛି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗୁରୁବାର ସଂଧ୍ୟାରେ କୋର୍ଟ ଚାଲାଣ କରିଛି।

By amfnews

Related Post