Wed. Mar 11th, 2026

ସହରାଞ୍ଚଳ ବିକାଶ ସଂସଦୀୟ କମିଟିରେ ସ୍ଥାନ ପାଇଲେ ଅନୁଭବ ମହାନ୍ତି ଏବଂ ଅପରାଜିତା ଷଡଙ୍ଗୀ

278 Views

ନୂଆଦିଲ୍ଲୀ  : ଓଡ଼ିଶାର ସାଂସଦମାନଙ୍କୁ  ବିଭିନ୍ନ ସଂସଦୀୟ କମିଟିରେ ସ୍ଥାନ ମିଳିଥିବା ଜଣାଯାଇଛି  । ତାହା ଅନୁଯାୟୀ ଜୟନ୍ତ ସିହ୍ନାଙ୍କ ନେତୃତ୍ୱାଧୀନ ଫାଇନାନ୍ସ କମିଟିରେ ସ୍ଥାନ ପାଇଲେ ସାଂସଦ ପିନାକୀ ମିଶ୍ର ଓ ଅମର ପଟ୍ଟନାୟକ । ତେବେ ଏହି ସଂସଦୀୟ କମିଟିରେ ରାଜ୍ୟର ସମସ୍ତ ସାଂସଦଙ୍କୁ ନିଯୁକ୍ତି ଦିଆଯାଇଛି ।

ବାଣିଜ୍ୟ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ସେହିଭଳି ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା କମିଟିରେ ସ୍ଥାନ ପାଇଛନ୍ତି  ଦେବଗଡ ସାଂସଦ ନୀତିଶ ଗଙ୍ଗଦେବ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ । ବୈଦେଶିକ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ଗୃହ ବିଭାଗ କମିଟିରେ ସଦସ୍ୟ ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ବି ନିଯୁକ୍ତି ମିଳିଛି ।  ସେହିଭଳି ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିର ସଦସ୍ୟ ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ନୂଆ ଦାୟିତ୍ୱ । ମାନବ ସମ୍ବଳ ବିକାଶ କମିଟିରେ ସଦସ୍ୟ ଭାବେ କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାମିଲ ହୋଇଛନ୍ତି ।

ଏତଦ୍ ବ୍ୟତୀତ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଏନ୍ ଭାସ୍କର ରାଓ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ ଓ ପରିବେଶ କମିଟିରେ ଓଡ଼ିଶାର ୩ ସାଂସଦ ସ୍ଥାନ ପାଇଛନ୍ତି । ସେହିଭଳି ସଂସଦୀୟ କୋଇଲା ଓ ଖଣି କମିଟିରେ ଦୁଇ ଓଡ଼ିଆ ସାଂସଦ ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ କମିଟିର ସଦସ୍ୟ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି ।  ସଂସଦୀୟ ସାର ଓ ରସାୟନ କମିଟିର ସଦସ୍ୟ ଭାବେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଓ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ ।

Image result for suresh pujari

ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟିରେ ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର  ସ୍ଥାନ ପାଇଛନ୍ତି ।ସେହିଭଳି ସଂସଦୀୟ ,ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ କମିଟିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ଆସ୍କା ସାଂସଦ ପ୍ରମିଳା ବିଶୋୟୀ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ କମିଟିରେ ସଦସ୍ୟ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ମିଳିଛି ନୂଆ ଦାୟିତ୍ୱ ।

Image result for bhartruhari mahtab

ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନୂଆ ଦାୟିତ୍ୱ ମିଳିଛି ଏବଂ ସଂସଦୀୟ ରେବାଇ କମିଟିର ସଦସ୍ୟ ଭାବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସଂହଦେଓଙ୍କୁ ମିଳିଛି ନୂଆ ଦାୟିତ୍ୱ । ସେହିଭଳି ସହରାଞ୍ଚଳ ବିକାଶ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସ୍ଥାନ ପାଇଥିବା ବେଳେ ସଂସଦୀୟ ଜଳ ସମ୍ପଦ କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ ।

By amfnews

Related Post