Sat. Mar 7th, 2026

ସର୍ବାଧିକ ଭୋଟ୍‌ରେ ଜାତିସଂଘ ମାନବ ଅଧିକାର ପରିଷଦ୍‌ ଆସନରେ ବିଜୟୀ ହେଲା ଭାରତ

333 Views

ନୂଆଦିଲ୍ଲୀ : ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ସର୍ବାଧିକ ଭୋଟ୍‌ ପାଇ ଶୁକ୍ରବାର ଦିନ ଭାରତ ଜାତିସଂଘରେ ମାନବ ଅଧିକାର ପରିଷଦ୍‌ ଆସନକୁ ବିଜୟୀ ହୋଇଛି। ଜାନୁଆରି ୧, ୨୦୧୯ ଠାରୁ ଆରମ୍ଭ କରି ତିନି ବର୍ଷ ଯାଏଁ ଭାରତ ଏହି ଆସନରେ ରହିବ।

ଏସିଆ-ପେସିଫିକ୍‌ ବର୍ଗରେ ଭାରତ ୧୮୮ ଖଣ୍ଡ ଭୋଟ୍‌ ପାଇଛି।

୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ପରିଷଦ୍‌ ଜାତିସଂଘ ମାନବ ଅଧିକାର ପରିଷଦ୍‌ ନିମନ୍ତେ ନୂତନ ସଦସ୍ୟ ପାଇଁ ଆନ୍ତର୍ଜାତିକ ସଂଗଠନ ଠାରେ ନିର୍ବାଚନ କରାଇଥିଲା।

ଗୋପନ ବାଲଟ୍‌ ଜରିଆରେ ୧୮ ଜଣ ପ୍ରାର୍ଥୀ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ ନିର୍ବାଚିତ ହୋଇଛନ୍ତି। ପରିଷଦ୍‌କୁ ବିଜୟୀ ହେବା ନିମନ୍ତେ ପ୍ରତିଦ୍ୱନ୍ଦ୍ୱୀ ଦେଶ ସର୍ବନିମ୍ନ ୯୭ ଖଣ୍ଡ ଭୋଟ୍‌ ହାସଲ କରିବା ଆବଶ୍ୟକ।

ଏସିଆ ପେସିଫିକ୍‌ ବର୍ଗ ଆସନ ପାଇଁ ଭାରତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲଶ। ଭାରତ ସହ ବାହାରିନ୍‌, ବାଂଲାଦେଶ, ଫିଜି ଏବଂ ଫିଲିପିନ୍‌ସ୍‌ ମଧ୍ୟ ଏହି ଆଞ୍ଚଳିକ ଦଳରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା।

ଏସିଆ ପେସିଫିକ୍‌ ବର୍ଗର ପାଞ୍ଚଟି ଆସନ ପାଇଁ ପାଞ୍ଚଟି ଦେଶ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପରିଷଦ୍‌କୁ ନିର୍ବାଚିତ ହେବ ନିମେନ୍ତ ଭାରତ ବିଜୟୀ ହେବା ସୁନିଶ୍ଚିତ ଥିଲା।

By amfnews

Related Post