Sat. Mar 7th, 2026

ସର୍ବ ସମ୍ମୁଖରେ ଯୁବକଙ୍କୁ ଭୁଲ୍‌ ମାଗିଲେ ମାଡ଼ ଦେଇଥିବା ପୁଲିସ ଏସ୍‌ଆଇ

161 Views

ଅନଗୁଳ : ଗୁରୁବାର ପୂର୍ବାହ୍ନରେ ଠାକୁରଗଡ଼ ଥାନା ଏସ୍‌ଆଇ ସର୍ବ ସମ୍ମୁଖରେ ସେ ମାଡ଼ ଦେଇଥିବା ଜଣେ ଯୁବକଙ୍କୁ ଭୁଲ୍‌ ମାଗିଛନ୍ତି। ଗତ ରାତିରେ ଠାକୁରଗଡ଼ ଥାନାରେ କୌଣସି ଅସୁବିଧା କାରଣରୁ ବିଜୁଳି ନ ଥିଲା। ଘରୋଇ ଇଲେକ୍ଟ୍ରିସିଆନ୍‌ କାମ କରୁଥିବା ପ୍ରଦୀପ ସେଠୀ ନାମକ ଜଣେ ଯୁବକଙ୍କୁ ସେମାନେ ଫୋନ୍‌ କରିଥିଲେ। ବାହାରେ ଅଛି ବୋଲି ଦୀପକ କହିବାରୁ ରାତି ପ୍ରାୟ ୧୧ଟା ବେଳେ ଏସ୍‌ଆଇ ଶଶିଭୂଷଣ ତାଙ୍କ ଘରକୁ ଯାଇ ତାଙ୍କୁ ଥାନାକୁ ନେଇ ଆସିଥିଲା। ଥାନାରେ ପୁଲିସମାନେ ମିଶି ଦୀପକଙ୍କୁ ଖୁବ୍‌ ବାଡ଼ାପିଟା କରିଥିଲେ। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଥାନା ଘେରାଉ କରିବା ସହ ଥାନା ସମ୍ମଖରେ ଗହଳି କରିବାରୁ ରାସ୍ତା ବନ୍ଦ ହୋଇଯାଇଥିଲା।

ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସକାଳ ୯ ଟାରୁ ୧୧ଟା ଯାଏଁ ଗ୍ରାମବାସୀ ଅଡ଼ି ବସିଥିଲେ। ପରେ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରାଇଥିଲେ।

ଏସ୍‌ଆଇ ଶଶିଭୂଷଣ ସର୍ବସମ୍ମୁଖରେ ଦୀପକଙ୍କ କାନ୍ଧରେ ହାତ ରଖି ଭୁଲ୍‌ ମାଗିଥିଲେ। ତାଙ୍କୁ ଠାକୁରଗଡ଼ ଥାନାରୁ ବଦଳି କରାଯିବ ବୋଲି ଏସ୍‌ଡିପିଓ ପ୍ରତିଶ୍ରୁତି ଦେବା ପରେ ଲୋକେ ଥାନାରୁ ହଟିଥିଲେ।

By amfnews

Related Post