Mon. Apr 21st, 2025

ସର୍ପାଘାତରେ ଚାଲିଗଲା ୩ ଜୀବନ

By amfnews Sep 24, 2019 #Featured
210 Views

ବାଲିଗୁଡ଼ା/ସୋର : ସାପକାମୁଡ଼ି ଦେବାରୁ ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଓ ବାଲେଶ୍ୱର ଜିଲ୍ଲାରେ ଘଟିଛି ଏ ଘଟଣା। କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଟେପାର ଗାଁରେ ସାପ କାମୁଡ଼ାରେ ମା’ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାଜଲଷ୍ମୀ ମଲିକ (୩୫) ଓ ତାଙ୍କ ପୁଅ ଆଦିତ୍ୟ ପ୍ରଧାନ (୮)।  ରାଜଲଷ୍ମୀ ଜଣେ ଅଙ୍ଗନବାଡି କର୍ମୀ ଥିଲେ। ଗତକାଲି ରାତିରେ ମା’ପୁଅ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ସେମାନଙ୍କୁ କାମୁଡି ଦେଇଥିଲା। ହେଲେ ସେମାନେ ଜାଣି ପାରି ନଥିଲେ। ଆଜି ସକାଳେ ସେମାନେ ଅସୁସ୍ଥ ଅନୁଭବ କରିବା ପରେ ପରିବାର ଲୋକେ ସେମାନଙ୍କୁ କ.ନୂଆ ଗାଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ରାଜଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଗଜାମ୍ୱ ଗାଁରେ ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମାଧବାନନ୍ଦ ମାରଣ୍ଡି। ସେ ଔପଦା କଲେଜରେ ଯୁକ୍ତ ଦୁଇର ଛାତ୍ର ଥିଲେ।

ଗତକାଲି ରାତିରେ ସେ ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ି ଥିଲା। ତାଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ରବିବାର ରାତିରେ ଗଞ୍ଜାମ ଜିଲ୍ଲାରେ ୩ ଜଣ, ଅନୁଗୋଳରେ ୨ ଓ କେନ୍ଦୁଝର ଜିଲ୍ଲା ତେଲକୋଇରେ ଜଣଙ୍କର ସର୍ପାଘାତରେ ମୃତ୍ୟୁ ଘଟିଥିଲା।

By amfnews

Related Post