Sun. Jun 8th, 2025

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

By amfnews Oct 31, 2018 #Featured
292 Views

ନୂଆଦିଲ୍ଲୀ, ଅକ୍ଟୋବର ୩୧ : ଅାଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜୟନ୍ତୀ ଉତ୍ସବ। ଏହି ଅବସରରେ ଦେଶବ୍ୟାପୀ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦିଲ୍ଲୀରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସର୍ଦ୍ଦାର ପଟେଲ ଛକରେ ଅାୟୋଜିତ ଉତ୍ସବରେ ଯୋଗଦେଇ ଲୌହମାନବଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ ଦେଇ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଦିଲ୍ଲୀରେ ରନ ଫର ୟୁନିଟି ଗଣଦୌଡର ଅାୟୋଜନ କରାଯାଇଛି।  ଏଥିରେ ସାମିଲ ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ସ୍ୱାସ୍ଥ୍ୟ ଜେପି ନଡ୍ଡାଙ୍କ ସହ ପ୍ରମୁଖ ବ୍ୟକ୍ତିମାନେ।

ଏହି ରନ ଫର ୟୁନିଟିରେ ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟାରେ ଜନତା। ଗଣଦୌଡରେ ସାମିଲ ହୋଇ ଲୌହପୁରୁଷ ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

By amfnews

Related Post