152 Views
ଭୁବନେଶ୍ୱର, ଡିସେମ୍ବର ୧୭ : ସରିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ୨ ଦିନିଆ ରିମାଣ୍ଡ । ପାଠକ ବାପା ପୁଅ ଗୁମର ଓ ଟାଟା ମୋଟରସ ଚାକିରି ଠକେଇ ନେଇ ତଥ୍ୟ ଓଗାଳିବାକୁ ରିମାଣ୍ଡ ରେ ନେଇଥିଲା କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିଲା । IFS ଅଫିସର ଅଭୟ ପାଠକ ର କଳା ସାମ୍ରାଜ୍ୟ ଓ ଆକାଶ ପାଠକ ଠକେଇ କାରନାମା ରେ ହାତ ମିସେଇଥିଲେ ପ୍ରଦୀପ ପାଣିଗ୍ରାହୀ । ଧୀରେ ଧୀରେ ଗୁମର ଖୋଲିଥିବାରୁ ୨ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ଭାବି ଜ୍ବାଇଁ ଆକାଶ ଟାଟାର ଏମଡି କହି ଲୋକଙ୍କୁ ଚୁନା ଲଗାଇଥିଲେ । ଚାକିରି କରିଦେବା ନାଆରେ ଲୋକଙ୍କୁ ଠକି ଟଙ୍କା ହଡ଼ପ କରୁଥିଲେ । ଏଥିରେ ସହଯୋଗ କରୁଥିଲେ ପ୍ରଦୀପ ପାଣିଗ୍ରାହୀ। ରିମାଣ୍ଡ ପରେ ଆଜି SDJM କୋର୍ଟରେ ହାଜର ହେବେ ପ୍ରଦୀପ ପାଣିଗ୍ରାହୀ । ରିମାଣ୍ଡ ଅବଧି ରୁ କିଛି ଗୁରୁତ୍ବପୁର୍ଣ ତଥ୍ୟ ସୂଚନା ମିଳି ଥାଇପାରେ ବୋଲି ଜଣାପଡିଛି ।