Mon. Nov 25th, 2024

ସରିଲା ବଡ଼ ଓଷା; ଧବଳେଶ୍ୱର ପୀଠରେ ଲାଗି ହେଲା ଗଜଭୋଗ

By amfnews Nov 11, 2019 #Featured
132 Views

ଆଠଗଡ଼  : ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା ।  ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ଓ ତରଣ ଭୋଗ । ବଡ଼ ଓଷା ପାଳନ ସହିତ ହଜାର ହଜାର ଭକ୍ତ ଧବଳେଶ୍ୱର ପୀଠରେ  ଏହି ଗଜଭୋଗକୁ ଅପେକ୍ଷା କରିଥାନ୍ତି ।

ଗଜଭୋଗ ଓ ତରଣ ଭୋଗ ପାଇବା ପରେ ଭକ୍ତମାନେ ବେଶ୍ ଆନନ୍ଦିତ ହୋଇଉଠିଥିଲେ । ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି। ଅତି ଶୁଦ୍ଧ ପୂତ ଭାବେ ପୂଜକ ପରିବାର ଏହି  ସ୍ୱତନ୍ତ୍ର ଧରଣର ଭୋଗ ପ୍ରସ୍ତୁତ କରି ବାବା ଧବଳେଶ୍ୱରଙ୍କ ନିକଟରେ ଅର୍ପଣ କରିଥାନ୍ତି ।

By amfnews

Related Post