Sun. Mar 8th, 2026

ସମ୍ବଲପୁରର ଗୋଲବଜାର ପରିବା ମାର୍କେଟରେ ଅଗ୍ନିକାଣ୍ଡ, ପୋଡିଗଲା ୧୦୦ରୁ ଊର୍ଦ୍ଧ୍ବ ଦୋକାନ

190 Views

ସମ୍ବଲପୁର : ସମ୍ବଲପୁରସ୍ଥିତ ଗୋଲବଜାର ପରିବା ମାର୍କେଟରେ ନିଆଁ ଲାଗି ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଦୋକାନ ପୋଡିପାଉଁଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ବହୁ ଦୋକାନ ଘର ପୋଡି ପାଉଁଶ ହୋଇଯାଇଛି। ଏଥିରେ କୌଣସି ଧନଜୀବନ ହାନି ହୋଇଥିବାର ଖବର ମିଳିପାରି ନାହିଁ। ଏହି ଭୟାବହ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଦିପାବଳୀ ପାଇଁ ଦୋକାନ ଆଗରେ ଜଳୁଥିବା ଦୀପରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।

ସେହିପରି ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଅନ୍ତର୍ଗତ ଖନ୍ତାପଡା ବଜାରରେ ନିଆଁ ଲାଗିି ଏକ ଜୋତା ଦୋକାନ ପୋଡିଯାଇଛି। ଏହି ଦୋକାନରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କାର ଯୋତା ପୋଡି ପାଉଁଶ ହୋଇଯାଇଛି। ଖବର ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥ‌ଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।

By amfnews

Related Post