Sun. Mar 8th, 2026

ସମୁଦ୍ରରେ ଗୋଟିଏ ବି ଦେଖିବାକୁ ମିଳିଲାନି

213 Views

ବ୍ରହ୍ମଗିରି, ଜାନୁଆରୀ ୨୦ : ଆଜି ପୁରୀ ବନ୍ୟପ୍ରାଣୀ ଡିଭିଜନ୍‌ ଅଧୀନରେ ବଙ୍ଗୋପସାଗରରେ ଡଲଫିନ୍ ଗଣନା ହୋଇଛି। କିନ୍ତୁ ଗଣନାବେଳେ ଗୋଟିଏ ହେଲେ ଡଲଫିନ୍ ଗଣନାକାରୀ ଟିମ୍ ଦେଖିବାକୁ ପାଇ ନାହାନ୍ତି। ଆଜି ସକାଳ ୬ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ପୁରୀ ଡିଭିଜନ୍‌ର ଅସ୍ତରଙ୍ଗ ରେଞ୍ଜ କେଳୁଣୀ ମୁହାଣଠାରୁ ବ୍ରହ୍ମଗିରି ରେଞ୍ଜର ଅରଖକୁଦା ମୁହାଣ ପର୍ଯ୍ୟନ୍ତ ଗଣନା ହୋଇଥିଲା। ଗଣନାରେ ୧୦ଟି ଟିମ୍‌ ନିୟୋଜିତ ହୋଇଥିଲେ। ୧୦ଟି ଟିମ୍‌ରେ ମୋଟ ୫୩ ଜଣ ଗଣନାକାରୀ ସାମିଲ ହୋଇଥିଲେ। ପୁରୀ ଡିଏଫ୍ଓଙ୍କ ନେତୃତ୍ବରେ ୨ଜଣ ଏସିଏଫ, ୫ଜଣ ରେଞ୍ଜ ଅଧିକାରୀଙ୍କ ସମତେ ଅନ୍ୟ ବନ କର୍ମଚାରୀ ସାମିଲ ହୋଇଥିଲେ। ୨ଟି ଟିମ୍‌ ବଙ୍ଗୋପୋସାଗର ଭିତରେ ଟ୍ରଲର୍‌ରେ ଗଣନା କରିଥିବାବେଳେ ଗୋଟିଏ ଟିମ୍‌ ଦେବୀ ମୁହାଣରେ ଗଣନା କରିଥିଲା। ଅନ୍ୟ ୮ଟି ଟିମ୍ ଅସ୍ତରଙ୍ଗ ରେଞ୍ଜଠାରୁ ଅରଖକୁଦା ରେଞ୍ଜ ପର୍ଯ୍ୟନ୍ତ ବଙ୍ଗୋପୋସାଗର ଉପକୂଳରେ ରହି ଗଣନା କରିଥିଲେ। ଗଣନାରେ ବନ ବିଭାଗ ସହିତ ସ୍ବେଚ୍ଛାସେବୀ ଏବଂ ଡଲଫିନ୍ ବିଶାରଦ ସାମିଲ ହୋଇଥିଲେ। ଗଣନା ବେଳେ ଗୋଟିଏ ହେଲେ ଡଲଫିନ୍ ସମୁଦ୍ରରେ ଦେଖିବାକୁ ମିଳି ନାହାନ୍ତି। ଉପକୂଳ ଠାରୁ ସମୂଦ୍ରର ଏକ କିଲୋମିଟର ମଧ୍ୟରେ ଏହି ଗଣନା ହୋଇଥିବା ବେଳେ ଚଳିତ ବର୍ଷ ଗୋଟିଏ ଡଲଫିନ ଦେଖିବାକୁ ମିଳି ନ ଥିବା ପୁରୀ ଡିଏଫ୍ଓ ହର୍ଷବର୍ଦ୍ଧନ ଉଦ୍‌ଗାତା ସୂଚନା ଦେଇଛନ୍ତି।

By amfnews

Related Post