Sat. Nov 23rd, 2024

ସମୁଦ୍ରକୁ ସାକ୍ଷୀ ରଖି ବିରଳ ବିବାହ, ୬୦ ଫୁଟ ଗଭୀର ପାଣିରେ ବୈବାହିକ ଜୀବନ ଆରମ୍ଭ

By amfnews Feb 3, 2021 #Featured
175 Views

ନୂଆଦିଲ୍ଲୀ, ଫେବୃଆରୀ ୦୩ : ଭାରତୀୟ ହିନ୍ଦୁ ପରଂପରାରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ହୋଇଥାଏ । କିନ୍ତୁ ତାମିଲନାଡୁରେ ଏଭଳି ଏକ ବିରଳ ବିବାହର ଆୟୋଜନ ହୋଇଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ନୀଳଙ୍କରଇ ବେଳାଭୂମି ନିକଟ ସମୁଦ୍ରରେ ଆଇଟି ଇଂଜିନିୟର ଦଂପତ୍ତି ପାରଂପରିକ ନୀତିରେ ସମୁଦ୍ର ଭିତରକୁ ଯାଇ ବିବାହ କରିଛନ୍ତି । ଗଭୀର ସମୁଦ୍ର ଭିତରେ ବିବାହ ସମୟରେ କନ୍ୟା ସାଢ଼ୀ ପିନ୍ଧିଥିବା ବେଳେ ବର ଧୋତି ପିନ୍ଧିଥିଲେ । ସମୟ ଯେତେବେଳେ ପାଖେଇ ଆସିଥିଲା, ଉଭୟ ସମୁଦ୍ରକୁ ଡେଇଁଥିଲେ ଏବଂ ୬୦ ଫୁଟ ଗଭୀର ପାଣି ଭିତରକୁ ପ୍ରବେଶ କରି ଜଣେ ଅନ୍ୟକୁ ବରଣମାଳା ପିନ୍ଧାଇଥିଲେ । ଅଗ୍ନି ବଦଳରେ ସମୁଦ୍ରର ନିୟମ କରିଥିଲେ । 

ନବ ଦଂପତ୍ତି କହିଛନ୍ତି, ଚିନ୍ନାଦୁରଇ ଜଣେ ଲାଇସେନ୍ସପ୍ରାପ୍ତ ସ୍କୁବା ଡ୍ରାଇଭର । ଶ୍ୱେତା ବିବାହ ଲାଗି ବିଶେଷ ଭାବେ ଡ୍ରାଇଭିଂ ଶିଖିଥିଲେ । ଚିନ୍ନାଦୁରାଇଙ୍କ ପ୍ରଶିକ୍ଷକ ଅରବିନ୍ଦ ଆନ୍ନା ଏଭଳି ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ପାଣି ଭିତରେ ବିବାହ ନେଇ ଶ୍ୱେତା ଡରିଯାଇଥିଲେ । କିନ୍ତୁ ପରେ ଆଡଭେଂଚର ବିବାହ ପାଇଁ ରାଜି ହୋଇଥିଲେ । ଉଭୟ ପାଣି ଭିତରେ ପ୍ରାୟ ୪୦ ମିନିଟ ଯାଏଁ ରହିଥିଲେ । ଚିନ୍ନାଦୁରାଇ ପାଣି ଭିତରେ ଫୁଲତୋଡା ଦେଇ ଶ୍ୱେତାଙ୍କୁ ବିବାହ ପାଇଁ କହିଥିଲେ । ବିବାହ ପରେ ପାଣି ଭିତରୁ ବାହାରିଥିଲେ ଏବଂ ପରିବାର ଲୋକଙ୍କ ସହିତ ପରବର୍ତ୍ତୀ କାମ ପାଇଁ ଘରକୁ ଯାଇଥିଲେ । 

By amfnews

Related Post