Sat. Apr 12th, 2025

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼, ହତ୍ୟା ମାମଲା ରୁଜୁ କଲା ରେଳବାଇ ପୁଲିସ୍

By amfnews Jul 9, 2020 #Featured
257 Views

ପୁରୁଣା ଭୁବନେଶ୍ବର : ସମାଜସେବୀ ‘ମାନବପ୍ରେମୀ’ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଏକ ନୂଆ ମୋଡ଼ ନେଇଥିବା ଜଣାଯାଇଛି । ପ୍ରଥମେ ଏହାକୁ ଏକ ଆତ୍ମହତ୍ୟା ମାମଲା ବୋଲି କୁହାଯାଉଥିବା ବେଳେ ରେଳବାଇ ପୁଲିସ୍ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଆଦିତ୍ୟଙ୍କ ସଂଗଠନ ପିପୁଲସ୍ ଫର୍ ସେବାର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏହି ହତ୍ୟା ମାମଲା ରୁଜୁ ହୋଇଥିବା କୁହାଯାଉଛି।

ଏଣେ ପୋଷ୍ଟମର୍ଟମ ରିପୋର୍ଟ ରେଳବାଇ ପୁଲିସର ହସ୍ତଗତ ହୋଇଥିବାର ସୂଚନା ମିଳିଛି। ଶକ୍ତ ଆଘାତ ହେତୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଥିବା କୁହାଯାଉଛି। ଏବେ ରେଳବାଇ ପୁଲିସ୍ ପକ୍ଷରୁ ଅଧିକର ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ,  ଜଣାଶୁଣା ସାମାଜିକ କର୍ମୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କର ମୃତ ଦେହ ଗତ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା।ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଥିଲା।

 

ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ହତ୍ୟା ସନ୍ଦେହ ବି ଉପୁଜିଛି। ଆଦିତ୍ୟଙ୍କର ଘର ବୌଦ୍ଧ ଜିଲ୍ଲାରେ। ମାତ୍ର ସେ ଭୁବନେଶ୍ବରର ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ। ଏହାସହ ପିପୁଲ ଫର୍ ସେବା ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା ମଧ୍ୟ କରୁଥିଲେ।
ତା’ଛଡ଼ା ସୋସାଲ ମିଡିଆରେ ଖୁବ୍ ସକ୍ରିୟ ଥିବା ଆଦିତ୍ୟ ଦାଶ ମୋଟିଭେସନାଲ ସ୍ପିକର ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ଗତ ଜୁନ୍ ମାସରେ କଟକର ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ବିବାହର ମାସକ ନ ପୂର୍ବରୁ ସେ କାହିଁକି ଆତ୍ମହତ୍ୟା କଲେ, ତାହାକୁ ନେଇ ସନ୍ଦେହ ଉପୁଜିଛି।

By amfnews

Related Post