Sun. Mar 8th, 2026

ସମର୍ଥନ ଦେଲାନି କଂଗ୍ରେସ! କ’ଣ କରିବ ଶିବସେନା?

New Delhi: Nationalist Congress President (NCP) Sharad Pawar addresses the media in New Delhi, Monday, Nov. 4, 2019. (PTI Photo)(PTI11_4_2019_000231B)
159 Views

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ। ଏ ନେଇ ଦଳ ତରଫରୁ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ଏହା ଏକ ପ୍ରକାର ସ୍ପଷ୍ଟ ବୋଲି ଧରିବାକୁ ହେବ। ଗତକାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏହି ଅବସରରେ ରାଜ୍ୟରେ ସରକାର ଗଢ଼ିବା ପାଇଁ ଶିବସେନାକୁ ଏନସିପି-କଂଗ୍ରେସ ସମର୍ଥନ କରିବ କି ନାହିଁ ଆଲୋଚନା ହୋଇଥିଲା। ବୈଠକ ପରେ ଶରଦ ପାଓ୍ୱାର ଗଣମାଧ୍ୟମକୁ ଶିବସେନାକୁ ସମର୍ଥନ ବାବଦରେ କୈଣସି ପ୍ରତିକ୍ରିୟା ଦେଇନଥିଲେ। ବିଜେପି-ଶିବସେନା ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ। ତାଙ୍କୁ ସରକାରରେ ବସିବାକୁ ଜନମତ ମିଳିନି ବୋଲି କହିଥିଲେ। ଆଗାମୀ ଦିନରେ ପୁଣି ଏକ ବୈଠକ ରହିଛି କଂଗ୍ରେସ ସହ ବୋଲି ଶେଷରେ କହିଥିଲେ। ଯେଉଁଥିରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି ସରକାର ଗଢ଼ିବା ପାଇଁ ଶିବସେନା ଯେଉଁ ଗୋଟି ଚଳାଇଥିଲା ତାହା ସଫଳ ହେବା ସମ୍ଭବ ନୁହେଁ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦୁଇ ସହଯୋଗୀ ଶିବସେନା ଓ ବିଜେପି ମଧ୍ୟରେ ବିବାଦ ବଢ଼ିଛି। ଶିବସେନା ୫୦:୫୦ ସରକାର ପାଇଁ ଦାବି କରୁଛି। ଅଢ଼େଇ ବର୍ଷ ଲେଖାଏ ଦୁଇ ଦଳ ମୁଖ୍ୟମନ୍ତ୍ରୀ ଆସନକୁ ପାଖରେ ରଖିବେ ଏଥିସହ ବଡ଼ ବଡ଼ ବିଭାଗ ମନ୍ତ୍ରୀ ପଦ ପାଇଁ ଦାବି କରୁଛି। ଯାହାକୁ ବିଜେପି ଖାରଜ କରିଛି। ମୁଖ୍ୟମନ୍ତ୍ରୀ ଆସନ ବିଜେପି ପାଖରେ ରହିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିର୍ବାଚନ ଫଳାଫଳ ପରେ କହି ସାରିଛନ୍ତି। ସେହିପରି ଗତକାଲି ଶିବେସନା ସାଂସଦ ସଞ୍ଜୟ ରାଉତ କହିଥିଲେ, ଶିବସେନା ଯଦି ବିଜେପି ସହ କଥାହେବ ତାହେଲେ କେବଳ ମୁଖ୍ୟମନ୍ତ୍ରୀ ଆସନକୁ ନେଇ। ସେହିପରି ଶିବସେନା ସରକାର ଗଢ଼ିବା ପାଇଁ ପ୍ରସ୍ତୁତ। ନିଜ ସମର୍ଥନରେ ୧୭୦ ବିଧାୟକ ରହିଛନ୍ତି ବୋଲି ଦଳ କହିଥିଲା। ଏହାପରେ ଶିବସେନା ବିରୋଧୀ ମେଣ୍ଟ ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା।

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।

By amfnews

Related Post