Sat. Mar 7th, 2026

ସବୁ RTOରୁ ମିଳିପାରିବ ଡିଏଲ୍

185 Views

ଭୁବନେଶ୍ୱର : ରାଜ୍ୟର ଯେକୌଣସି RTOରୁ ଏଣିକି ମିଳି ପାରିବ ଡିଏଲ୍ । ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଯେକୌଣସି RTOରେ ଆବେଦନ କରାଯାଇପାରିବ।

କେବଳ ଡ୍ରାଇଭିଂ ଲାଇସେନ୍ସ ନୁହେଁ, ଗାଡ଼ି ରେଜିଷ୍ଟ୍ରେସନ ମଧ୍ୟ ଯେକୌଣସି RTOରୁ କରାଯାଇ ପାରିବ। ଏନେଇ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ପରେ ଏବେ ଯେକୌଣସି ଆରଟିଓରୁ ସେବା ପାଇ ପାରିବେ ଜନସାଧାରଣ। ପୂର୍ବରୁ ଗୋଟିଏ ଗୋଟିଏ ଆରଟିଓ ଅଫିସ ସମ୍ମୁଖରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବା ବେଳେ ଏବେ ଏପରି ସମସ୍ୟାରୁ ମୁକ୍ତି ପାଇପାରିବେ ଲୋକେ।

By amfnews

Related Post