Sun. Mar 8th, 2026

ସବିତା ଓ ପୂର୍ଣ୍ଣିମା ପାଇବେ ସାହସିକତା ପୁରସ୍କାର

330 Views

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାସ୍ଥିତ ନିପାଣିଆ ଗାଁରେ ଡଙ୍ଗାବୁଡ଼ି ଘଟଣାରେ ଅପୂର୍ବ ସାହସିକତା ଦେଖାଇ ବହୁ ଲୋକଙ୍କ ଜୀବନ ଉଦ୍ଧାର କରିଥିବା ଦୁଇ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରିଙ୍କୁ ମିଳିବ ସମ୍ମାନ I ସେମାନେ CCW ଜାତୀୟ ସାହସିକତା ପୁରସ୍କାର-୨୦୧୯ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି ପୁରସ୍କାର ଉତ୍ସବରେ ଯୋଗ ଦେବା ଲାଗି ଦୁଇ ଭଉଣୀଙ୍କ ନିକଟକୁ ଇଣ୍ଡିଆନ୍ କାଉନସିଲ ଫର ଚିଲଡ୍ରେନ୍ ୱେଲଫେୟାର ପକ୍ଷରୁ  ଚିଠି ଆସିଛି। ଆସନ୍ତା ଜାନୁଆରୀରେ ନୂଆଦିଲ୍ଲୀରେ ଏହି ସାହସିକତା ପୁରସ୍କାର ଦିଆଯିବ। ଏଥିପାଇଁ ଦୁଇ ଭଉଣୀଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତି ସହ ନୂଆଦିଲ୍ଲୀ ଯିବାକୁ ନିମନ୍ତ୍ରଣ କରାଯାଇଛି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨ ତାରିଖରେ ନିପାଣିଆରେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାରେ ଏହି ଦୁଇ ଭଉଣୀ ଉପସ୍ଥିତ ବୁଦ୍ଧି ଖଟାଇ ବହୁ ଲୋକଙ୍କ ଜୀବନ ରକ୍ଷା କରିପାରିଥିଲେ।

By amfnews

Related Post