Sat. Mar 7th, 2026

ସଫେଇ ବେଳେ ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ବାହାରିଲା ପୁଳାପୁଳା ବ୍ଲେଡ୍‌

419 Views

ଭୁବନେଶ୍ୱର: ସୋମବାର କାଉଡ଼ିଆଙ୍କ ଜଳଲାଗି ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ସଫେଇ କରୁଥିବା ବିଭିନ୍ନ ସଂଗଠନର କର୍ମକର୍ତାଙ୍କୁ ମିଳିଛି ପୁଳାପୁଳା ବ୍ଲେଡ୍‌। ସ୍ୱେଚ୍ଛାସେବୀମାନେ ମନ୍ଦିର ପରିସରରେ ଜମା ହୋଇଥିବା ପ୍ଲାଷ୍ଟିକ କଳସ, ବାସିଫୁଲ, ପ୍ଲାଷ୍ଟିକ ତ୍ରିଶୂଳ, ଡମ୍ବରୁ ଓ ଅନ୍ୟାନ୍ୟ ବର୍ଜ୍ୟକୁ ସଫା କରୁଥିବା ବେଳେ କେତେକଙ୍କ ହାତ କଟି ଯାଇଥିଲା।

ବର୍ଜ୍ୟ ଭିତରୁ ମୁଠା ମୁଠା ଧାରୁଆ ବ୍ଲେଡ୍‌ ବାହାରିଥିଲା। କାଉଡ଼ିଆମାନେ ବାହୁଙ୍ଗିରେ ଝୁଲୁଥିବା ଶିକାକୁ କାଟିବା ପାଇଁ ସାଙ୍ଗରେ ଆଣିଥିବା ବ୍ଲେଡ୍‌କୁ ପୂଜା ଶେଷରେ ମନ୍ଦିରରେ ଏମିତି ଫିଙ୍ଗି ଦେଉଥିବାରୁ ସ୍ୱେଚ୍ଛାସେବୀମାନେ ଲହୁଲୁହାଣ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରକୁ ପ୍ଲାଷ୍ଟିକ ଓ ଧାରୁଆ ବ୍ଲେଡ୍‌କୁ ନିଷିଦ୍ଧ କରାଯାଉ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

By amfnews

Related Post