Sat. Mar 7th, 2026

ସତ୍ୟବାଦୀ ବିଧାୟକଙ୍କ କୋଭିଡ କଟକଣା ଉଲ୍ଲଙ୍ଘନ ବିରୋଧରେ ଥାନାରେ ଏତଲା ଦେଲା ବିଜେପି

258 Views

ପୁରୀ, ଅକ୍ଟୋବର ୦୭ :  ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ଥାନାରେ ଏତଲା ହୋଇଛି  । କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା କାରଣରୁ ସତ୍ୟବାଦୀ ଥାନାରେ ବିଜେପି ଏତଲା ଦେଇଛି ।

ଦିବଙ୍ଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ଶୋଭାଯାତ୍ରା ସମୟରେ ଉମା କରୋନା ସଂକ୍ରମିତ ଥାଇ ସତ୍ୟବାଦୀ ବ୍ଲକ ଛକରେ ଶତାଧିକ ଲୋକଙ୍କ ସହ ଉପସ୍ଥିତ ଥିଲେ। ଯାହାକୁ ନେଇ ସତ୍ୟବାଦୀ ବିଜେପି ପକ୍ଷରୁ ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ଵରେ ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଥାନାରେ ଏତଲା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

By amfnews

Related Post