Mon. Dec 23rd, 2024

ସତ୍ୟପାଲ୍ ମଲ୍ଲିକ୍ ହେଲେ ଜମ୍ମୁ କଶ୍ମୀରର ନୂଆ ରାଜ୍ୟପାଳ

By amfnews Aug 22, 2018 #Featured
147 Views

ନୂଆଦିଲ୍ଲୀ, ୨୧/୮ :

ଦଶ ବର୍ଷରୁ ଅଧିକ ସମୟ ଧରି ଜମ୍ମୁ କଶ୍ମୀରର ଦାୟିତ୍ୱରେ ଥିବା ରାଜ୍ୟପାଳ ଏନ୍ ଏନ୍ ଭୋରାଙ୍କ କାର୍ଯକାଳ ସଂପ୍ରସାରଣ କରାଯିବ ନାହିଁ । ଭୋରାଙ୍କ ସ୍ଥାନରେ ଏବେ ନୂଆ ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ୍ ନିଯୁକ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ,ଗତ ଜୁନ୍ ୨୦ ତାରିଖରେ ପିଡିପି-ବିଜେପି ମେଂଟ ଭାଙ୍ଗିଯିବାରୁ ବିଜେପି ସରକାର ଓହରି ଯିବାପରେ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା । ତେବେ ଜୁନ୍ ୨୮ ତାରିଖରେ ଭୋରାଙ୍କ କାର୍ଯକାଳ ଶେଷ ହୋଇଥିଲେ ମଧ୍ୟ ଅମରନାଥ ଯାତ୍ରା ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଭୋରାଙ୍କୁ ହିଁ ପଦରେ ରଖିଥିଲେ ।

ମଲ୍ଲିକ୍ଙ୍ ନିଯୁକ୍ତି ପରେ ରାଷ୍ଟ୍ରପତି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଘନିଷ୍ଠ ସହଯୋଗୀ ଲାଲ୍ ଜି ଟଣ୍ଡନ୍ଙ୍କୁ ବିହାର ରାଜ୍ୟପାଳ ଏବଂ ସତ୍ୟଦେବ ନାରାୟଣ ଆର୍ଯଙ୍କୁ ହରିୟାଣା ରାଜ୍ୟପାଳ ଭାବେ ନିଯୁକ୍ତି କରିଛନ୍ତି । ସେହିପରି ତ୍ରିପୁରା ରାଜ୍ୟପାଳଙ୍କୁ ମେଘାଳୟ ରାଜ୍ୟପାଳ ଦାୟିତ୍ୱରେ ବଦଳି କରିଦିଆଯାଇଛି । ହରିୟାଣା ରାଜ୍ୟପାଳ କପ୍ତନ ସିହଂ ସୋଲାଙ୍କିଙ୍କୁ ବଦଳି କରାଯାଇ ତ୍ରିପୁରା ରାଜ୍ୟପାଳ ଦାୟିତ୍ୱରେ ନିଯୁକ୍ତି କରାଯାଇଛି । ବେବି ରାଣୀଙ୍କୁ ଉତରାଖଣ୍ଡ ରାଜ୍ୟପାଲ ଭାବେ ନିଯୁକ୍ତି କରାଯାଇଛି ।

By amfnews

Related Post