
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶରେ ସଙ୍ଗୀତ୍ ଭାରତ ଅଭିଯାନ ଆରମ୍ଭ କରାଇବା ପାଇଁ ରାଜି କରିବାକୁ ଏସ୍.ଭି ରାଓ ଏହି କାମ ଆରମ୍ଭ କରିଛନ୍ତି । ପ୍ରତିଦିନ ସକାଳ ୬-୯ଟା ପର୍ଯ୍ୟନ୍ତ ଏସ୍.ଭି ରାଓଙ୍କୁ ଆନ୍ଧ୍ର ଭବନ ପାଖରେ ଥିବା ଫୁଟ୍ପାଥରେ ବସି ଗିଟାର ଶିଖାଉଥିବାର ଦେଖାଯାଇଥାଏ । ହାଡ଼ ଭଙ୍ଗା ଶୀତରେ ମଧ୍ୟ ଇଣ୍ଡିଆ ଗେଟ୍ ଆଗରେ ଗୀତ ଗାଉଥିବା ବେଳେ ତାଙ୍କ ସ୍ୱର ସମସ୍ତଙ୍କ ପାଖରେ ପହଞ୍ଚିଥାଏ । ଇଞ୍ଜିନିୟରରୁ ଶିକ୍ଷକ ପାଲଟିଥିବା ଏସ୍.ଭି ରାଓ ଏ ପର୍ଯ୍ୟନ୍ତ ହଜାର ଜଣଙ୍କୁ ଗିଟାର ଶିକ୍ଷା ଦେଇ ସାରିଥିବାରୁ ଖୁବ୍ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

ସୂଚନା ମୁତାବକ,୨୦୦୯ରେ ସେ ଚାକିରି ଛାଡ଼ିବା ପରେ ତାଙ୍କ ପରିବାର ମଧ୍ୟ ତାଙ୍କଠାରୁ ଦୂରକୁ ଚାଲି ଯାଇଥିଲା । ଯାହା ପରେ ସେ ଅବସାଦଗ୍ରସ୍ତ ରହିବାକୁ ଲାଗିଥିଲେ । ନିଜକୁ ଅବସାଦରୁ ବାହାର କରିବା ପାଇଁ ତିରୁପତି ଯାଇ ଯେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ଶିଖିବା ଆରମ୍ଭ କରିଥିଲେ । ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେ ବାଦ୍ୟଯନ୍ତ୍ର ଏବଂ ସଙ୍ଗୀତ ବିଷୟରେ ଅନେକ କିଛି ଶିଖିବା ସହ ଯୋଗ ମଧ୍ୟ କରିବା ଆରମ୍ଭ କରିଥିଲେ ।