Fri. Mar 6th, 2026

ସଂଗୀତ୍‌ ଭାରତ ଅଭିଯାନ ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜି କରାଇବା ପାଇଁ ଇଞ୍ଜିନିୟରରୁ ସଂଗୀତ ଶିକ୍ଷକ ହେଲେ ଯୁବକ, ଦିନକୁ ଟଙ୍କାଏ ନେଇ ଗରିବ ପିଲାମାନଙ୍କୁ ଶିଖାଉଛନ୍ତି ଗିଟାର

412 Views

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶରେ ସଙ୍ଗୀତ୍‌ ଭାରତ ଅଭିଯାନ ଆରମ୍ଭ କରାଇବା ପାଇଁ ରାଜି କରିବାକୁ ଏସ୍‌.ଭି ରାଓ ଏହି କାମ ଆରମ୍ଭ କରିଛନ୍ତି । ପ୍ରତିଦିନ ସକାଳ ୬-୯ଟା ପର୍ଯ୍ୟନ୍ତ ଏସ୍‌.ଭି ରାଓଙ୍କୁ ଆନ୍ଧ୍ର ଭବନ ପାଖରେ ଥିବା ଫୁଟ୍‌ପାଥରେ ବସି ଗିଟାର ଶିଖାଉଥିବାର ଦେଖାଯାଇଥାଏ । ହାଡ଼ ଭଙ୍ଗା ଶୀତରେ ମଧ୍ୟ ଇଣ୍ଡିଆ ଗେଟ୍‌ ଆଗରେ ଗୀତ ଗାଉଥିବା ବେଳେ ତାଙ୍କ ସ୍ୱର ସମସ୍ତଙ୍କ ପାଖରେ ପହଞ୍ଚିଥାଏ । ଇଞ୍ଜିନିୟରରୁ ଶିକ୍ଷକ ପାଲଟିଥିବା ଏସ୍‌.ଭି ରାଓ ଏ ପର୍ଯ୍ୟନ୍ତ ହଜାର ଜଣଙ୍କୁ ଗିଟାର ଶିକ୍ଷା ଦେଇ ସାରିଥିବାରୁ ଖୁବ୍‌ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

ସୂଚନା ମୁତାବକ,୨୦୦୯ରେ ସେ ଚାକିରି ଛାଡ଼ିବା ପରେ ତାଙ୍କ ପରିବାର ମଧ୍ୟ ତାଙ୍କଠାରୁ ଦୂରକୁ ଚାଲି ଯାଇଥିଲା । ଯାହା ପରେ ସେ ଅବସାଦଗ୍ରସ୍ତ ରହିବାକୁ ଲାଗିଥିଲେ । ନିଜକୁ ଅବସାଦରୁ ବାହାର କରିବା ପାଇଁ ତିରୁପତି ଯାଇ ଯେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ଶିଖିବା ଆରମ୍ଭ କରିଥିଲେ । ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେ ବାଦ୍ୟଯନ୍ତ୍ର ଏବଂ ସଙ୍ଗୀତ ବିଷୟରେ ଅନେକ କିଛି ଶିଖିବା ସହ ଯୋଗ ମଧ୍ୟ କରିବା ଆରମ୍ଭ କରିଥିଲେ ।

By amfnews

Related Post