Sun. Nov 24th, 2024

ଷ୍ଟ୍ୟାଚୁ ଅଫ ୟୁନିଟି ନିକଟରେ ରେଳ ଷ୍ଟେସନ ପାଇଁ ଆଜି ରାଷ୍ଟ୍ରପତି କରିବେ ଶିଳାନ୍ୟାସ

By amfnews Dec 15, 2018 #Featured
123 Views

ନୂଆଦିଲ୍ଲୀ, ଡିସେମ୍ବର ୧୫ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜରାଟର ନର୍ମଦା ଜିଲ୍ଲାର କେବାଡିଆ ଠାରେ ଶନିବାର ଏକ ରେଳ ଷ୍ଟେସନ ପାଇଁ ଶିଳାନ୍ୟାସ କରିବେ । ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ ଏହି ସୂଚନା ଦିଆଯାଇଛି । ରାଷ୍ଟ୍ରପତି ରାମନାଥ ଷ୍ଟ୍ୟାଚୁ ଅଫ ୟୁନିଟି ଯିବେ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ  ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଦେବେ । ଷ୍ଟ୍ୟାଚୁ ଅଫ ୟୁନିଟି ଠାରୁ ମାତ୍ର ୩.୫ କିଲୋମିଟର ଦୂରରେ ତଥା ୬୭୮୮ ଜନ ବସତିଙ୍କ ପାଇଁ ଏହା ପ୍ରଥମ ରେଳ ଷ୍ଟେସନ ହେବ ।

ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସମର୍ପିତ ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିଥିଲେ । ମାତ୍ର ପଟେଲଙ୍କ ମୂର୍ତ୍ତି ନିକଟକୁ ଯିବା ପୂର୍ବରୁ ପ୍ରଥମେ କେବାଡିଆ ଯିବାକୁ ପଡ଼ିବ । ବର୍ତ୍ତମାନ ପରିପ୍ରେକ୍ଷୀରେ କେବାଡିଆ ଯିବାପାଇଁ ସିଧାସଳଖ ବିମାନ ଅଥବା ରେଳ ସେବା ନାହି । କେବାଡିଆର ନିକଟତମ ବଡ଼ ସହର ହେଉଛି ଭଦୋଦରା, ଯାହାକି ଏଠାରୁ ୭୧.୯୪ କିଲୋମିଟର । ସେହିଭଳି କେବାଡିଆ ଠାରୁ ଭରୁଚ ୭୫.୩୬ କିଲୋମିଟର ହୋଇଥିବା ବେଳେ ଅଙ୍କଲେଶ୍ୱର ହେଉଛି ୭୭.୮୩ କିଲୋମିଟର ।

ଗୁଜୁରାଟ ସରକାର ଡିସେମ୍ବର ୧୫ରେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ତିରୋଧାନ ଦିବସରେ ବିଭିନ୍ନ ସ୍କୁଲ ଏବଂ କଲେଜ ପରିସରରେ ‘ଷ୍ଟ୍ୟାଚୁ ଅଫ ୟୁନିଟି’ର ପ୍ରତିକୃତି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟର ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ଏ.ଏମ ତିୱାରୀ ଡିସେମ୍ବର ୧୨ରେ ଜାରି କରିଥିବା ନିର୍ଦ୍ଦେଶରେ କହିଛନ୍ତି, ଜିଲ୍ଲାପାଳ ଏବଂ ନଗର ନିଗମ ଆୟୁକ୍ତ ସୁନିଶ୍ଚିତ କରନ୍ତୁ ଯେ, ଡିସେମ୍ବର ୧୫ରେ ଶିକ୍ଷାନୁଷ୍ଠାନ ପରିସରରେ ପ୍ରତିକୃତି ପ୍ରତିଷ୍ଠା କରାଯିବ ।

By amfnews

Related Post