Sun. Mar 8th, 2026

ଷ୍ଟ୍ରଙ୍ଗ୍‌ରୁମ୍‌ରେ ସାଇରନ୍‌ ବାଜିବାରୁ ଧାଇଁ ପଳାଇଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରେ ପଶିଥିବା ଚୋର

195 Views

ଢେଙ୍କାନାଳ : ରବିବାର ରାତିରେ ଢେଙ୍କାନାଳ ସହରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ ଶାଖାର ଷ୍ଟ୍ରଙ୍ଗ୍‌ରୁମ୍‌ ତାଲା ଭାଙ୍ଗି ପଶିଥିବା ବେଳେ ସାଇରନ୍‌ ବାଜିବାରୁ ଚୋରମାନେ ଭୟଭୀତ ହୋଇ ପଳାଇଛନ୍ତି। ରାତି ୧୨: ୩୦ ପରେ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥିତ ଏହି ବ୍ୟାଙ୍କ୍‌ର ପଛପାଖ ଆଜ୍‌ବେଷ୍ଟସ୍‌ ଭାଙ୍ଗି ଭିତରେ ପଶିଥିଲେ। ଲୁହାତାର ଓ କଟର୍‌ ସହାୟତାରେ ଷ୍ଟ୍ରଙ୍ଗ୍‌ରୁମ୍‌ ତାଲା ଭାଙ୍ଗି ସେମାନେ ଭିରକୁ ଯାଇଥିଲେ। ଏତିକି ବେଳେ ହଠାତ୍‌ ଷ୍ଟ୍ରଙ୍ଗ୍‌ରୁମ୍‌ ସାଇରନ୍‌ ବାଜିଉଠିବାରୁ ଦୁର୍ବୃତ୍ତମାନେ ଧାଇଁ ପଳାଇଥିଲେ।

ସାଇରନ୍‌ ଶବ୍ଦ ଶୁଣି ପାଖ ଥାନାରୁ ପୁଲିସ ଯାଇ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ଚୋରମାନେ ଆଣିଥିବା ସାମଗ୍ରୀ ଛାଡ଼ି ଖସି ପଳାଇଥିଲେ। ପୁଲିସ ତୁରନ୍ତ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଲେ। ଆଜି ସକାଳୁ ଟାଉନ୍‌ ଥାନା ଅଧିକାରୀ ଅଭିନବ ଡାଳୁଆ, ଅନ୍ୟ ପୁଲିସ ଅଧିକାରୀ, ଫୋରେନ୍‌ସିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ବ୍ୟାଙ୍କ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ବ୍ୟାଙ୍କ୍‌ରୁ କିଛି ଚୋରି ହୋଇନାହିଁ ବୋଲି ମ୍ୟାନେଜର ପ୍ରଫୁଲ୍ଲ ବେହେରା ସୂଚନା ଦେଇଛନ୍ତି।

By amfnews

Related Post