Sat. Nov 2nd, 2024

ଷ୍ଟୋରେଜ ନିୟମରେ ସଂଶୋଧନ, ହୋଲ୍‌ସେଲର୍ ରଖି ପାରିବେନି ଅଧିକ ଆଳୁ, ପିଆଜ

By amfnews Dec 27, 2019 #Featured
92 Views

ଭୁବନେଶ୍ୱର :  ପିଆଜ, ଆଳୁର ଅହେତୁକ ମୂଲ୍ୟବୃଦ୍ଧି ରୋକିବାକୁ ପଦକ୍ଷେପ ନେଇଛି ଯୋଗାଣ ବିଭାଗ । ଏଥିନିମନ୍ତେ ଷ୍ଟୋରେଜ ନିୟମରେ ସଂଶୋଧନ କରାଯାଇଛି। ନିୟମଠୁ ଅଧିକ ଆଳୁ, ପିଆଜ ମହଜୁଦ ରଖିଲେ ଚଢଉ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

ନିୟମ ମୁତାବକ, ଭୁବନେଶ୍ୱରରେ ଜଣେ ହୋଲ୍‌ସେଲର୍ ୧ ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ । ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ୫ ଶହ କୁଇଣ୍ଟାଲ ଆଳୁ ରଖିହେବ । ଅନ୍ୟ ସ୍ଥାନରେ ୩ଶହ କୁଇଣ୍ଟାଲ ଆଳୁ, ୧୫୦ କୁଇଣ୍ଟାଲ ପିଆଜ ରଖିପାରିବେ ହୋଲ୍‌ସେଲର୍ । ତେବେ ଏହି ୪ ସହରରେ ଖୁଚୁରା ବେପାରୀ ୪୦ କୁଇଣ୍ଟାଲ ଆଳୁ, ୨୦ କୁଇଣ୍ଟାଲ ପିଆଜ ରଖିପାରିବେ । ଅନ୍ୟ ସ୍ଥାନରେ ଖୁଚୁରା ବେପାରୀ ୧୫ କୁଇଣ୍ଟାଲ ଆଳୁ, ୮ କୁଇଣ୍ଟାଲ ପିଆଜ ରଖିପାରିବେ।

By amfnews

Related Post