Tue. Dec 24th, 2024

ଷ୍ଟେସନରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲେ ଅଟକିବନାହିଁ ମେଟ୍ରୋ ଟ୍ରେନ

By amfnews Sep 3, 2020 #Featured
179 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୩ : ଆସନ୍ତା ସପ୍ତାହ (ସୋମବାର) ଠାରୁ ଦିଲ୍ଲୀ ମେଟ୍ରୋ ଟ୍ରେନ ସେବା ପୁଣି ଥରେ ଆରମ୍ଭ ହୋଇଯିବ । କିନ୍ତୁ ଏଥର ଯାତ୍ରୀଙ୍କୁ କିଛି ନିୟମ ପାଳନ କରିବାକୁ ହେବ । ଦିଲ୍ଲୀ ମେଟ୍ରୋ ଟ୍ରେନ ଦିନକୁ ୮ ଘଣ୍ଟା ପରିଚାଳିତ ହେବ । କରୋନା ସଂକ୍ରମିତ ଜୋନରେ ଥିବା ଷ୍ଟେସନ ବନ୍ଦ ରହିବ । କିନ୍ତୁ ଏଥିରେ ଆହୁରି ଏକ ନିୟମ ଯୋଡ଼ାଯାଇଛି, ଯାହାକି ଯାତ୍ରୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ତାହା ହେଲା ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲେ ଟ୍ରେନ ଅଟକିବ ନାହିଁ ।

ଡିଏମଆରସି ପ୍ରମୁଖ ମକ୍ଟଜ୍ଞର ସିଂହ କହିଛନ୍ତି ଅନଲକ-୪ ବଳରେ ଦିଲ୍ଲୀ ମେଟ୍ରୋ ସେବାରେ ସଂକ୍ରମଣ ରୋକିବା ଲାଗି ଶକ୍ତ ନିୟମ ପ୍ରସ୍ତୁତ କରାଯାଇଛି । ଯେଉଁ ଷ୍ଟେସନରେ ଯାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିବ, ସେଠାରେ ଟ୍ରେନ ଅଟିକିବ ନାହିଁ ।

ମେଟ୍ରୋ ଷ୍ଟେସନର ପ୍ରବେଶ ଦ୍ୱାରରେ ସୁରକ୍ଷାକର୍ମୀ ମୁତୟନ ହେବେ । ଯାତ୍ରୀମାନଙ୍କୁ ସାମାଜିକ ଦୂରତା ରକ୍ଷା ଷ୍ଟେସନ ଭିତରକୁ ପବେଶ କରିବାକୁ ହେବ । କିନ୍ତୁ ପ୍ଲାଟଫର୍ମରେ ଭିଡକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ତେଣୁ ଯାତ୍ରୀଙ୍କୁ ନିଜ ତରଫରୁ ନିୟମ ପାଳନ କରିବାର ଅଛି । ଏହାରି ଭିତରେ ମେଟ୍ରୋ ରେଳ ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦି ପ୍ଲାଟଫର୍ମ ଉପରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ନଥିବା, ଟ୍ରେନ ଅଟକିବ ନାହିଁ ।

ଦିଲ୍ଲୀ ମେଟ୍ରୋ ରେଳ ନିଗମ ବୁଧବାର କହିଛି, ଦିଲ୍ଲୀ ମେଟ୍ରୋ ରେଳ ସେବା ଆସନ୍ତା ୭ ତାରିଖ ଠାରୁ ୧୨ ତାରିଖ ଯାଏଁ ୩ଟି ପର୍ଯ୍ୟାୟରେ ଖୋଲିବ । ଦିଲ୍ଲୀର ସମୟପୁର ବାଦଲିକୁ ଗୁରୁଗ୍ରାମର ହୁଡା ସିଟି ସେଣ୍ଟର ଯୋଡୁଥିବା ୟେଲୋ ଲାଇନ ଓ ରେପିଡ ମେଟ୍ରୋ ୭ ତାରିଖ ଠାରୁ ଆରମ୍ଭ ହେବ ।

By amfnews

Related Post