Sun. Mar 8th, 2026

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ବାପୁଜୀନଗର ଶାଖାରେ ଅଗ୍ନିକାଣ୍ଡ

168 Views

ଭୁବନେଶ୍ୱର, ୧୦ା୧୧: ଭୁବନେଶ୍ୱର ବାପୁଜୀନଗରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଆଜି ଭୋରରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ସୂଚନା ପାଇ ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।
ମିଳିଥିବା ସୂଚନ ଅନୁଯାୟୀ, ଆଜି ଭୋରରୁ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଭୁବନେଶ୍ୱର ବାପୁଜୀନଗରରେ ଥିବା ଶାଖାର ତୃତୀୟ ମହଲାରୁ ଧୂଅାଁ ବାହାରୁଥିବା କେତେକ ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ କଳ୍ପନା ଦମକଳ କେନ୍ଦ୍ରରୁ ୨ଟି ଦମକଳ ଗାଡ଼ି ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦମକଳ ପହଞ୍ଚିବା ବେଳକୁ ସେଠାରେ ନିଆଁ ଜଳିବା ଆରମ୍ଭ କରିଥିଲା। ତେବେ ଏହି ନିଆଁକୁ ଆୟତ କରିବା ପାଇଁ ଦମକଳ କେନ୍ଦ୍ରର କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି। ବିଦ୍ୟୁତ ସର୍ଟସର୍କିଟ କିମ୍ବା ଏୟାର କଣ୍ଡିସନରୁ ଏହି ଅଗ୍ନିକାଣ୍ଡ ଘଟିଥିବ ଆଶଙ୍କା କରାଯାଉଛି ।ଅଗ୍ନିଶମ ବିଭାଗ ସୂତ୍ରରୁ ପ୍ରକଶଶ ଯେ ବୃାକର ରେକର୍ଡ ରୁମ ଓ ଆଧାର ରେକର୍ଡ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁକୁ ଆୟତ କରାଯାଇଛି।

By amfnews

Related Post