Sat. Mar 7th, 2026

ଷ୍ଟକ୍‌ହୋମ୍‌ ବିମାନବନ୍ଦର କୋଠାରେ ଧକ୍କା ଖାଇଲା ୧୭୯ ଯାତ୍ରୀ ଥିବା ଏୟାର୍‌ ଇଣ୍ଡିଆ ବିମାନ

280 Views

ଷ୍ଟକ୍‌ହୋମ୍‌, ନଭେମ୍ବର ୨୯: ବୁଧବାର ଦିନ ୧୭୯ ଜଣ ଯାତ୍ରୀଙ୍କୁ ଧରି ଷ୍ଟକ୍‌ହୋମ୍‌ର ଆର୍‌ଲାଣ୍ଡା ବିମାନ ବନ୍ଦରର ଫାଟକ ଆଡ଼କୁ ଧୀରେ ଧୀରେ ଗଡୁଥିବା ଏୟାର୍‌ ଇଣ୍ଡିଆର ଏକ ବିମାନର ଡେଣାର ଅଗ୍ରଭାଗ ଗୋଟାଏ କୋଠାରେ ଧକ୍କା ଖାଇଛି ବୋଲି ପୁଲିସ କହିଛି।

ଏଥିରେ କେହି ମୃତାହତ ହୋଇ ନାହାନ୍ତି।ପୁଲିସ ଏକ ବିବୃତିରେ ଲେଖିଛି: ୧୭୯ ଜଣ ଯାତ୍ରୀଙ୍କୁ ଗୋଟାଏ ଅସ୍ଥାୟୀ ଶିଡ଼ିରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯିବା ପରେ ଟର୍ମିନାଲ୍‌କୁ ପ୍ରବେଶ କରାଇ ଦିଆଯାଇଥିଲା।

ଦୁର୍ଘଟନାର କାରଣ ହଠାତ୍‌ ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି।ଆନ୍ତର୍ଜାତିକ ବିମାନଗୁଡ଼ିକ ପାଇଁ ଉଦ୍ଦିଷ୍ଟ ମୁଖ୍ୟ ଟର୍ମିନାଲ୍‌, ଟର୍ମିନାଲ୍‌ ନମ୍ବର ୫ ଠାରୁ ପ୍ରାୟ ୫୦ ମିଟର ଦୂରରେ ଦୁର୍ଘଟନା ଘଟିଥିଲା।

ଦୁର୍ଘଟନାସ୍ଥଳର ଫଟୋଚିତ୍ରରୁ ଜଣାପଡୁଛି, ବାମ ପଟ ଡେଣାର ଅଗ୍ରଭାଗ ଗୋଟାଏ କୋଠାଘର କାନ୍ଥରେ ପିଟି ହୋଇ ରନ୍‌େଓ୍ଵରେ ଅଟକିଛି। ବିମାନ ପାଖରେ କେତେଗୁଡ଼ିଏ ଟ୍ରକ୍‌ ଏବଂ ଦମକଳ ଠିଆ କରାଯାଇଛି। ବିମାନଟି ନୂଆଦିଲ୍ଲୀରୁ ଯାଇଥିବା କଥା ସ୍ୱେଡାଭିଆ ଏୟାର୍‌ପୋର୍ଟ ଅପରେଟର୍‌ଙ୍କ େଓ୍ଵବ୍‌ସାଇଟ୍‌ରୁ ଜଣାପଡ଼ିଛି।

By amfnews

Related Post