Sat. Mar 7th, 2026

ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଗୋତବାୟା ରାଜପକ୍ଷେ ନିର୍ବାଚିତ: ରିପୋର୍ଟ

196 Views

ନୂଆଦିଲ୍ଲୀ : ଶ୍ରୀଲଙ୍କାର ପୂର୍ବତନ ଯୁଦ୍ଧକାଳୀନ ପ୍ରତିରକ୍ଷା ମୁଖ୍ୟ ଗୋତବାୟା ରାଜପକ୍ଷେ ରବିବାର ଦିନ ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତୀୟ ନିର୍ବାଚନରେ ସେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିଙ୍କୁ ପରାଜିତ କରି ବିଜୟ ହାସଲ କରିଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟ କରିଛି।

ଇଷ୍ଟର୍‌ ରବିବାର ବୋମା ବିସ୍ଫୋରଣ ଯୋଗୁଁ ପୁଞ୍ଜିଲଗାଣକାରୀଙ୍କ ବିଶ୍ୱାସ ତୁଟିଯିବା ଏବଂ ପର୍ଯ୍ୟଟନ ସେକ୍ଟର୍‌ ବାଧା ପାଇବାରୁ ବିଗତ ୧୫ ବର୍ଷ ମଧ୍ୟରେ ଜଟିଳ ଆର୍ଥିକ ପରିସ୍ଥିତିରୁ ମୁକୁଳାଇବାକୁ ଦେଶକୁ ନେତୃତ୍ୱ ଦେବାକୁ ନୂଆ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବାକୁ ଶନିବାର ଦିନ ନିୟୁତ ନିୟୁତ ଶ୍ରୀଲଙ୍କୀୟ ନାଗରିକ ଭୋଟ୍‌ ଦେଇଥିଲେ।

୭୦ ବର୍ଷିୟ ଅବସରପ୍ରାପ୍ତ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଗୋତବାୟା ୪୮. ୨% ଭୋଟ୍‌ ପାଇଛନ୍ତି ବୋଲି ତାଙ୍କର ମୁଖପାତ୍ର ରାମ୍ବୁକେଓ୍ଵଲା ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗୃହନିର୍ମାଣ ମନ୍ତ୍ରୀ ୫୨ ବର୍ଷିୟ ସଜିତ ପ୍ରେମଦାସ ୪୫. ୫% ଭୋଟ୍‌ ପାଇ ପଛେଇ ଥିଲେ। ରାମ୍ବୁକେଓ୍ଵଲା କହିଛନ୍ତି: ବିଜୟ ସୁନିଶ୍ଚିତ। ଆମେ ଆଶା କରିଥିଲୁ। ଗୋତ ପରବର୍ତ୍ତୀ ରାଷ୍ଟ୍ରପତି ହେଉଥିବାରୁ ଆମେ ଖୁସୀ। ଆସନ୍ତାକାଲି କି, ପଅରଦିନ ସେ ଶପଥ ନେବେ।

By amfnews

Related Post