Wed. Dec 25th, 2024

ଶ୍ରୀମନ୍ଦିରରେ କୋହଳ ହେବ କଟକଣା, ଆଜି ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ

By amfnews Jan 10, 2021 #Featured
211 Views

ପୁରୀ, ଜାନୁଆରୀ ୧୦ : ବଡଠାକୁରଙ୍କ ଦର୍ଶନ ନେଇ ଲାଗୁ ହୋଇଥିବା କଟକଣା କୋହଳ ହୋଇପାରେ । ସେଥିଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯିବ। ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କ ସହ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା କରିବେ।

ଶ୍ରୀମନ୍ଦିର ଖୋଲିବା ପରେ କୋଭିଡ ନେଗେଟିଭ ରିପୋର୍ଟ ନଦେଲେ ଠାକୁରଙ୍କ ଦର୍ଶନ ହୋଇପାରିବନି ବୋଲି କୁହାଯାଇଥିଲା  । ସେଥିଲାଗି ମଧ୍ୟ ଅନେକ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ନେଗେଟିଭ ରିପୋର୍ଟ ନଦେଖେଇ ପାରି ଦର୍ଶନରୁ ବଞ୍ଚିତ ହେଉଥିଲେ ।

ସୂଚନାଯୋଗ୍ୟ,  ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଛି। ପ୍ରଥମେ ସେବାୟତ ଓ ସେବାୟତଙ୍କ ପରିବାର ଦର୍ଶନ କରିଥିଲେ। ଏହାପରେ ପୁରୀ ବାସିନ୍ଦା ଏବଂ ଜାନୁୟାରୀ ୩ରୁ ସର୍ବସାଧାରଣ ଦର୍ଶନ କରୁଛନ୍ତି।

By amfnews

Related Post