Sat. Dec 28th, 2024

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା: ବଢ଼ିଲା ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ

By amfnews Sep 7, 2018 #Featured
154 Views

ଭୁବନେଶ୍ୱର, ସେପ୍ଟେମ୍ବର ୭:

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତଭାର ନେଇଥିବା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ପ୍ରଥମ ଥର ପାଇଁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି ।

ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ଜୁନ ୬ରେ ତଦନ୍ତ କମିଟିର ଅଧ୍ୟକ୍ଷଭାବରେ ନିଯୁକ୍ତି ମିଳିଥିଲା । ତିନି ମାସ ପାଇଁ ନିଯୁକ୍ତି ଦିଆଯାଇଥିବାବେଳେ ଅବଧୀ ସେପ୍ଟେମ୍ବର ୬ ରେ (ଗତକାଲି) ଶେଷ ହୋଇଛି । କିନ୍ତୁ ଚାବି ହଜିବା ଘଟଣାର ତଦନ୍ତ ଅସଂପୂର୍ଣ୍ଣ ରହିଛି । ସେଥିପାଇଁ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବାକୁ କମିଶନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ଗୃହ ବିଭାଗକୁ ଚିଠି ଲେଖିଥିଲେ । ସଚିବଙ୍କ ସୁପାରିଶ କ୍ରମେ କମିଶନଙ୍କ କାର୍ଯ୍ୟକାଳକୁ ଡିସେମ୍ବର ୬ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ରଘୁବୀର ଦାଶ କମିଶନ ଜୁଲାଇ ୩୦ରେ ପ୍ରଥମ ଥର ପାଇଁ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ କମିଶନଙ୍କ ନିକଟରେ ମୋଟ ୧୦ଟି ସତ୍ୟପାଠ ଦାଖଲ ହୋଇଛି ।

By amfnews

Related Post